ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ଵିଷ୍ଟ, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱେର (କେନ୍ୟୁଜ): ପାରଳା ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ । ଡିଏଫଓଙ୍କ ଏକ ଭିଡିଓ ସାମନାକୁ ଆସିବା ପରେ ନୂଆ ରହସ୍ୟ ବଢ଼ିଛି । ଭିଡିଓରେ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଉପସ୍ଥିତ ଅଛନ୍ତି । ହସ୍ପିଟାଲରେ ଦୁଇ ଜଣ ଡାକ୍ତରଙ୍କ ସହ ସେ ବସିଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ କେବେକାର ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଚର୍ଚ୍ଚା ହେଉଛି ଡାକ୍ତରଙ୍କ ସହ କାହିଁକି ବସିଛନ୍ତି ଡିଏଫଓ ? ଡାକ୍ତର କଣ ଲେଖୁଛନ୍ତି ? ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଦିନର ଏହି ଭିଡିଓ ନୁହେଁ ତ ? ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ସମୟର ଏହି ଭିଡିଓ କି ?

ଡାକ୍ତର ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବାବଦରେ ଲେଖିବା ବେଳେ ଏହି ଭିଡିଓ ଉତ୍ତୋଳନ ହୋଇଥିଲା କି ? କ୍ରାଇମବ୍ରାଞ୍ଚ ତଦନ୍ତ ଭିତରେ ଏହି ଭିଡିଓ ଏସିଏଫ୍‌ ମୃତ୍ୟୁ ମାମଲାକୁ ଅଧିକ ରହସ୍ୟମୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.