ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା

ଭୁବନେଶ୍ବର: କରୋନା ଲଢ଼େଇ ଭିତରେ ରାଜ୍ୟ ଦେଇଛି ଭଲ ଖବର । ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ କମୁଛି ଆକ୍ଟିଭ୍‌ କେସ । ରାଜ୍ୟରେ ୧୦ ହଜାର ତଳକୁ ଖସିଛି କରୋନା ସକ୍ରିୟ ମାମଲା । ଗତକାଲି ୧୩ ଶହ ୪୬ ସଂକ୍ରମିତ ଆରୋଗ୍ୟ ଲାଭ କରିଥିଲେ । ଏହାପରେ ଆକ୍ଟିଭ୍‌ କେସ୍‌ ୯ ହଜାର ୨୧୭କୁ ହ୍ରାସ ପାଇଛି । କୌଣସି ଜିଲ୍ଲାରେ ୧୦୦୦ରୁ ଅଧିକ ଆକ୍ଟିଭ କେସ ନାହିଁ ।

corona-bbsrସେପ୍ଟେମ୍ବର ୨୪ରେ ୩୫ ହଜାର ୩୯ ଆକ୍ଟିଭ୍‌ କେସ ରହିଥିଲା । ନଭେମ୍ବର ୧୫ ବେଳକୁ ପାଖାପାଖି ୭୫ ପ୍ରତିଶତ ଆକ୍ଟିଭ୍‌ କେସ୍‌ କମିଛି । ରାଜ୍ୟରେ ଏବେ ମାତ୍ର ୨.୯୮ ପ୍ରତିଶତ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ମହାମାରୀରୁ ଆରୋଗ୍ୟ ଲାଭ କଲେଣି ୨ ଲକ୍ଷ ୯୭ ହଜାର ୮୬୨ ଆକ୍ରାନ୍ତ । ରାଜ୍ୟରେ ସୁସ୍ଥ ହାର ରହିଛି ୯୬.୫୦ ପ୍ରତିଶତ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୫ ଶହ ୨୭ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.