ଆଜି ଜାତୀୟ ପ୍ରେସ୍‌ ଦିବସ, ଜାଣନ୍ତୁ କାହିଁକି ପାଳିତ ହୁଏ ଏହି ଦିବସ

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଜନସାଧାରଣଙ୍କ ନିକଟରେ ସତ୍ୟ ତଥା ନିରପେକ୍ଷ ଖବର ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଣୁ ସ୍ୱଚ୍ଛ ସାମ୍ବାଦିକତାର ପ୍ରତୀକ ସ୍ୱରୂପ ପ୍ରତିବର୍ଷ ନଭେମ୍ବର ୧୬ରେ ପାଳିତ ହୁଏ ଜାତୀୟ ପ୍ରେସ୍‌ ଦିବସ। ୧୯୬୬ ମସିହାରେ ଏହି ଦିନ ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା ହୋଇଥିଲା। ଏଣୁ ସେହିଦିନକୁ ମନେ ପକାଇବା ପାଇଁ ପ୍ରେସ୍‌ ଦିବସ ପାଳନ କରାଯାଉଛି।

national press day

ଭାରତୀୟ ଗଣମାଧ୍ୟମରେ ପ୍ରସାରିତ ଖବରଗୁଡ଼ିକର ସତ୍ୟତା ତଥା ଯଥାର୍ଥତାକୁ ନିରୀକ୍ଷଣ କରିବା ପାଇଁ ପ୍ରେସ୍‌ କ୍ଲବ ସର୍ଜନା ହୋଇଥିଲା। ଭାରତୀୟ ଗଣମାଧ୍ୟମ ଯେପରି କୌଣସି ଚାପର ବଶବର୍ତ୍ତୀ ନ ହୋଇ ଖବର ପ୍ରକାଶ କରିବ ତାହା ସ୍ପଷ୍ଟ କରିବା ପ୍ରେସ କ୍ଲବର ମୁଖ୍ୟ ଦାୟିତ୍ୱ।

ଜାତୀୟ ପ୍ରେସ ଦିବସ ଅବସରରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ତରଫରୁ ନୈତିକତା ମୂଲ୍ୟବୋଧ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସାମ୍ବାଦିକଙ୍କୁ ସଠିକ୍‌ ଓ ନିର୍ଭୁଲ ଖବର ପରିବେଷଣ କରିବା ପାଇଁ ପରାମର୍ଶ ଦିଆଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.