ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହୋଇଛି OSRTC ବସ୍‌ ସେବା

ଭୁବନେଶ୍ବର: ଆଜିଠୁ ସାଧାରଣ ଲୋକଙ୍କ ପାଇଁ OSRTC ବସ୍‌ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍‌ ସେବା ଆରମ୍ଭ କରିବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ। ପ୍ରଥମ ପର୍ଯ୍ୟାୟରେ ୯୬ଟି ବସ୍‌ ଚାଲିବ। ପର୍ଯ୍ୟାୟ କ୍ରମେ ଅଧିବ ରୁଟ୍‌ରେ ବସ୍‌ ସେବା ଆରମ୍ଭ ହେବ । ଅନ୍ୟପଟେ ଜରୁରୀ ନଥିଲେ ବସ୍‌ରେ ଯାତ୍ରା ନକରିବାକୁ କୁହାଯାଇଛି ।

ତେବେ ରାଜ୍ୟର ୨୨ଟି ସହରକୁ ରାଜଧାନୀ ସହ ଯୋଡ଼ିବ ଏହି ସେବା । ଅପରପଟେ ବିନା ମାସ୍କରେ କେହି ଯାତ୍ରା କରି ପାରିବେ ନାହିଁ । ସେହିପରି କୌଣସି ଯାତ୍ରୀ ବସ୍‌ରେ ଛିଡା ହୋଇ ଯାଇ ପାରିବେ ନାହିଁ । ବସ୍‌ରେ ଚଢିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ଯତାବୂଳକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.