ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ ଯାତ୍ରୀ । ବସଟି ରାଉରକେଲାରୁ ଯାଜପୁର ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଘଟିଛି ଦୁର୍ଘଟଣା ।

ଗୁରୁତର ଯାତ୍ରୀ ମାନଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ସମସ୍ତ ଯାତ୍ରୀ ଯାଜପୁର ଅଞ୍ଚଳର ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଗାଡି ଚାଳକ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା । ଯାତ୍ରୀ ମାନଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବା ପାଇଁ ସ୍ଥାନୀୟ ପୋଲିସର ଉଦ୍ୟମ ଜାରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.