ଶରତ ପୂର୍ଣ୍ଣିମାରେ ଚନ୍ଦ୍ରମା ଏବଂ ବୃହସ୍ପତି ମୀନ ରାଶିରେ କରୁଛନ୍ତି ଗଜକେଶରୀ ଯୋଗ, ଏମିତି ଉପାୟ କଲେ ମିଳିବ ସଫଳତା

ଆଶ୍ୱିନ ମାସର ପୂର୍ଣ୍ଣିମା ତିଥି ଆଜି ପାଳନ କରାଯାଉଛି। ଯାହାକୁ ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଭାବେ ଜଣାଯାଏ। ଆଜିର ଦିନରୁ ଚନ୍ଦ୍ର ପୃଥିବୀର ସବୁଠାରୁ ପାଖରେ ରହିଥାଏ ଆଉ ଅମୃତବର୍ଷା କରେ ବୋଲି କୁହାଯାଏ। ଆଜି ଦିନରେ ଚନ୍ଦ୍ର ନିଜର ୧୬ କଳାରେ ପରିପୂର୍ଣ୍ଣ ରହିଥାନ୍ତି। ସେଥିପାଇଁ କୁମାରୀ କନ୍ୟାମାନେ ଆଜି ଦିନରେ ପୂଜା କରି ଚନ୍ଦ୍ର ଭଳି ବର ପାଇବା ପାଇଁ ଇଚ୍ଛା ରଖିଥାନ୍ତି। ମାନ୍ୟତା ଅନୁସାରେ ଏହି ଦିନ ସକାଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେବଙ୍କୁ ପୂଜା କରିବା ଦ୍ୱାରା ଅବିବାହିତ କନ୍ୟାଙ୍କ ମନ ମୁତାବକ ବର ମିଳିଥାଏ।

ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଆଜିର ଦିନରେ ୧୬୦୦ ଗୋପୀମାନଙ୍କ ସହିତ ଗରବା ଖେଳିଥିଲେ। ଏହିଦିନ ଚନ୍ଦ୍ରମାର କିରଣ ସୁଖ, ସମୃଦ୍ଧି ଏବଂ ଆରୋଗ୍ୟ ପ୍ରଦାନ କରିଥାଏ। ତେଣୁ ଶରତ ପୂର୍ଣ୍ଣିମା ରାତିରେ ଖିରି କରି ଚନ୍ଦ୍ରମା କିରଣରେ ରଖାଯାଏ। ତା’କୁ ପରଦିନ ଖାଇ ଲୋକେ ଜୀବନରେ ଭଲ ସ୍ୱାସ୍ଥ୍ୟ, ଧନୀ ଏବଂ ଦୀର୍ଘାୟୁ ହୋଇଥାନ୍ତି।

ଗ୍ରହର ହେଉଛି ଶୁଭ ସଂଯୋଗ :

ପୂର୍ଣ୍ଣିମା ତିଥି ରାତି ୨.୨୪ ମିନିଟରୁ ଆରମ୍ଭ ହୋଇଗଲାଣି। ଏହା ରବିବାର ସଂପୂର୍ଣ୍ଣ ଦିନ ସାରା ରହିବ। ଆପଣ ଏହିଦିନ ସାରା ସ୍ନାନ-ଦାନ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଚନ୍ଦ୍ରମା ଏବଂ ବୃହସ୍ପତି ମୀନ ରାଶିରେ ରହି ଗଜକେଶରୀ ସଂଯୋଗ କରୁଛନ୍ତି। ସେହିପରି ବୁଧ ଏବଂ ସୂର୍ଯ୍ୟ ମିଶି ବୁଦ୍ଧାଦିତ୍ୟ ଏବଂ ବୁଧ ଓ ଶୁକ୍ର ମିଶି ଲକ୍ଷ୍ମୀ ନାରାୟଣ ସଂଯୋଗ କରୁଛନ୍ତି। ଏହାସହିତ ବୁଧ ଭଦ୍ର ନାମକ ପଞ୍ଚ ମହାପୁରୁଷ, ବୃହସ୍ପତି ହଂସ ନାମକ ପଞ୍ଚ ମହାପୁରୁଷ ଯୋଗ ଏବଂ ଶନିଦେବ ଶ୍ରାଦ୍ଧ ନାମକ ପଞ୍ଚ ମହାପୁରୁଷ ସଂଯୋଗ ସୃଷ୍ଟି କରୁଛନ୍ତି।

ସଫଳତା ପାଇବାର ଉପାୟ :

ଯଦି କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ରହିଛି, ତେବେ କୁମାର ପୂର୍ଣ୍ଣିମା ଦିନ କିଛି ଖାସ୍‌ ଉପାୟ କରିବା ଦ୍ୱାରା କୁଣ୍ଡଳୀରେ ଥିବା ଚନ୍ଦ୍ରମା ସ୍ଥିତି ମଜବୁତ ହୋଇଯାଏ। ସବୁ କାମରେ ସଫଳତା ମିଳିଥାଏ। ତେବେ କେମିତି ଚନ୍ଦ୍ରମାଙ୍କୁ ମଜବୁତ କରିବେ:

ପୂର୍ଣ୍ଣିମା ଦିନ ରାତିରେ ଚାଉଳ କିମ୍ବା ଅନ୍ୟ କୌଣସି ଖିରି କରି ଚନ୍ଦ୍ରମା କିରଣରେ କିଛି ସମୟ ରଖିଦିଅନ୍ତୁ। ତା’ ପରେ ଦିନ ଏହାକୁ ଖାଆନ୍ତୁ।

ଶରତ ପୂର୍ଣ୍ଣିମା ଦିନ ପକ୍ଷୀ, ପିମ୍ପୁଡି ଏବଂ ପାରାଙ୍କୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ।

ପୂର୍ଣ୍ଣିମା ରାତିରେ ଏକ ରୁପା ଗ୍ଲାସରେ ପାଣି ଭରି ରଖନ୍ତୁ। ଏହାକୁ ସକାଳୁ ପିଇଦିଅନ୍ତୁ। ଏମିତି ୪୫ ଦିନ ପର୍ଯ୍ୟନ୍ତ କରନ୍ତୁ।

ଶରତ ପୂର୍ଣ୍ଣିମା ଦିନ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ।

ଶରତ ପୂର୍ଣ୍ଣିମା ରାତିରେ କ୍ଷୀର ପିଅନ୍ତୁ ନାହିଁ।

ପୂର୍ଣ୍ଣିମା ଦିନରୁ ପ୍ରତିଦିନ ସ୍ନାନ କରି ଧଳା ଚନ୍ଦନ ତିଳକ ଲଗାନ୍ତୁ। ଏମିତି କଲେ ଚନ୍ଦ୍ରମା ମଜବୁତ ହେବା ସହିତ ବହୁତ ଲାଭ ମିଳିବ।

କେବେ ବି ମହିଳାଙ୍କୁ ଅପମାନ କରନ୍ତୁ ନାହିଁ କିମ୍ବା ମଜାକ ବି ଉଡାନ୍ତୁ ନାହିଁ। ଏମିତି କଲେ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ହୋଇଥାଏ।

Also Read : କୁମାର ପୂର୍ଣ୍ଣିମା ରାତିରେ କରନ୍ତୁ ଏହି ସହଜ କାମ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.