ରାଜ ମହଲ ଓଭର ବ୍ରିଜ ନିକଟରେ ବଡ ଧରଣର ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସମ୍ମୁଖରେ ବଡ଼ ଧରଣର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ। ଦୁଇ ଜଣ ଗୁରୁତ୍ୱର ଭାବେ କ୍ଯାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ ଗାଡି ରାସ୍ତା କଡ଼ରେ ଟ୍ରଲିରେ କଦଳୀ ବିକ୍ରୀ କରୁଥିବା ଦୋକାନୀକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ କଦଳୀ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଜଣେ ବାଇକ ଆରୋହି ଗୁରୁତର ହୋଇଥିବା ବେଳେ ଜଣେ ପଥଚାରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଗ୍ରାଣ୍ଡ ଆଇଟେନ ଗାଡି ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିଲେ। ପ୍ରଥମେ ଇଲେକ୍ଟ୍ରିଖୁଣ୍ଟ ପରେ ଟ୍ରଲି ଏବଂ ବାଇକକୁ ଧକ୍କା ଦେଇଥିଲେ। ଫଳରେ ଟ୍ରଲି ଚାଳକ ୧୦ ଫୁଟ ଉପରକୁ ଉଠି ତଳେ ପଡିଥିଲେ। ପ୍ରଚୁର ରକ୍ତ ସ୍ରାବ ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲସି ତଦନ୍ତ ଆତମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.