Below header

କାଲିଠୁ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ୧୦ ସିଟ୍‌ ବିଶିଷ୍ଟ ବିମାନ: ସପ୍ତାହକୁ ଦୁଇ ଥର ଭରିବ ଉଡାଣ

ଆସନ୍ତାକାଲି ବିଜୁ ଜୟନ୍ତୀରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ୧୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହେବ । ସପ୍ତାହକୁ ଦୁଇ ଥର ଲେଖାଏ ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ଚଳାଚଳ କରିବ ବିମାନ ।

ଗଞ୍ଜାମ (କେନ୍ୟୁଜ): ଆସନ୍ତାକାଲି ବିଜୁ ଜୟନ୍ତୀରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ରନ୍‌ େଓ୍ଵ ଓ ଅନ୍ୟାନ୍ୟ କାମ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମରେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହୋଇ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହୋଇଛି । ବିମାନ ଉଡାଣ ପୂର୍ବରୁ ଗତକାଲି ଭିତ୍ତିଭୂମି ବିକାଶ କାର୍ଯ୍ୟର ଯାଞ୍ଚ କରିଥିଲେ ବାଣିଜ୍ୟ ଓ ପରିବହନ ବିଭାଗ ମୁଖ ଶାସନ ସଚିବ ଉଷା ପାଢ଼ୀ । ଏୟାରଷ୍ଟ୍ରିପ୍‌ର ରନ୍‌ୱେକୁ ବୁଲି ଦେଖିଥିଲେ ।

ଜିଲ୍ଲା ପ୍ରଶାସନ, ପୂର୍ତ୍ତ ବିଭାଗ ଅଧିକାରୀ, ବ୍ରହ୍ମପୁର ଏସପି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ୧୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହେବ । ସପ୍ତାହକୁ ଦୁଇ ଥର ଲେଖାଏ ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ଚଳାଚଳ କରିବ ବିମାନ । ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭୂତ୍ତିଭୂମି ବଢ଼ିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅଧିକ ବିମାନ ଚଳାଚଳ ଓ ସିଟ୍‌ ସଂଖ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.