ମଶାଣିରେ ମୁଣ୍ଡ ଗୁଞ୍ଜିଥିଲେ ବେସାହାରା ବାପାମା’, ଅଭିଯୋଗ ପରେ ବନ୍ଧା ହେଲା ପୁଅ

ବାପାମା’ଙ୍କୁ ମାଡ଼ ମାରି ଘରୁ ତଡ଼ି ଦେବା ଅଭିଯୋଗରେ ଜେଲ୍‌ ଗଲା ପୁଅ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁଅକୁ ତିର୍ତ୍ତୋଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୮ ତାରିଖରେ ଗାଁର ବାବାଜୀ ସେଠୀଙ୍କୁ ପୁଅ ବୋହୂ ଅକଥନୀୟ ନିର୍ଯାତନା ଦେବା ସହ ଘରୁ ତଡିଦେଇଥିଲେ ।

ଜଗତସିଂହପୁର (କେନ୍ୟୁଜ): ମଶାଣିରୁ ଘରକୁ ଫେରିଲେ ବୃଦ୍ଧ ଦମ୍ପତ୍ତି । ଝିଅ ଓ ନାତି-ନାତୁଣୀଙ୍କ ସହ ଘରକୁ ଫେରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଳ ବ୍ଲକ ବିଲଅରିଲୋ ଗାଁର ବାବାଜୀ ସେଠୀ ପତ୍ନୀ, ଝିଅ ଓ ନାତି-ନାତୁଣୀଙ୍କୁ ନେଇ ମଶାଣିର ଶବଦାହ ଗୃହରେ ରହୁଥିଲେ । ପରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ଥିଲେ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁଅକୁ ତିର୍ତ୍ତୋଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୮ ତାରିଖରେ ଗାଁର ବାବାଜୀ ସେଠୀଙ୍କୁ ପୁଅ ବୋହୂ ଅକଥନୀୟ ନିର୍ଯାତନା ଦେବା ସହ ଘରୁ ତଡିଦେଇଥିଲେ ।

ପୁଅବୋହୂ ମାଡ଼ ମାରି ଘରୁ ତଡ଼ି ଦେଇଥିବା ବାବାଜୀ ଓ କାଞ୍ଚନ ଅଭିଯୋଗ କରିଥିଲେ। ଏପରିକି ବୋହୂ ଶାଶୁ କାଞ୍ଚନଙ୍କୁ ମାଡ଼ ମାରିବା ସହ ଶ୍ୱଶୁରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପରିଣତ ବୟସରେ ପୁଅବୋହୂଙ୍କଠାରୁ ଅକଥନୀୟ ଯନ୍ତ୍ରଣା ଭୋଗିଥିବା ବୃଦ୍ଧ ଦମ୍ପତି ପୁଲିସ ନିକଟରେ ଗୁହାରି କରିଥିବା ବେଳେ ପୁଲିସ୍ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି।ଫଳରେ କିଛି ଉପାୟ ନ ପାଇ ବୃଦ୍ଧ ଦମ୍ପତି ନିଜ ଝିଅ ଓ ୩ ନାତିନାତୁଣୀଙ୍କୁ ନେଇ ମଶାଣୀରେ ପଡ଼ି ରହିଥିଲେ। ଖବର ପାଇ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଘଟଣା ସ୍ଥଳରେ ପହଞ୍ଚିବା ସହିତ ନିର୍ଯାତିତ ପରିବାରକୁ ଉଦ୍ଧାର କରି ଗାଁରେ ଥିବା ନବନିର୍ମିତ ଅଙ୍ଗନବାଡି ଗୃହରେ ଥଇଥାନ କରିଥିଲେ । ଏଥି ସହିତ ପଞ୍ଚାୟତ ପକ୍ଷରୁ ଖାଦ୍ୟପେୟର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.