Below header

ଦିନେ ଥିଲା ପଡ଼ୋଶୀ, ଟଙ୍କା ଲୋଭରେ ପାଲଟିଲା ପିଶାଚ: ଝାରସୁଗୁଡ଼ାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟାର ରହସ୍ୟ ଭେଦୁଛି ପୋଲିସ୍

ଟଙ୍କା ଲୋଭରେ ଝାରସୁଗୁଡ଼ାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଗଲା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି । କେଉଁ କାରଣ ପାଇଁ ଜଣେ ନିଷ୍ପାପ ନାବାଳକକୁ ବର୍ବର ଓ ବୀଭତ୍ସ ଭାବରେ ହତ୍ୟା କଲେ ଅଭିଯୁକ୍ତ । ଝାରସୁଗୁଡ଼ା ସରବାହାଳର ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ଵାଲଙ୍କୁ ହତ୍ୟାର ଅଧିକ ଖୋଳତାଡ କରୁଛି ପୋଲିସ ।

୨ ଅଭିଯୁକ୍ତ ଅମିତ କୁମାର ଶର୍ମା ଓ ଦୀନେଶ ଅଗ୍ରଓ୍ଵାଲକୁ ଗିରଫ କରି ତନାଘନା ତଦନ୍ତ କରୁଛି ଝାରସୁଗୁଡ଼ା ପୋଲିସ । ଅଭିଯୁକ୍ତ ଅମିତ କୁମାର ଶର୍ମା ପୂର୍ବରୁ ମୃତ ସମର୍ଥଙ୍କ ପରିବାରର ପଡ଼ୋଶୀ ଥିଲା । ଏବେ ସେମାନଙ୍କ ପରିବାର ଅଲଗା ଅଲଗା ଜାଗାରେ ରହୁଥିଲେ । ପ୍ରଶ୍ନ ଉଠୁଛି, ଦିନେ ଯିଏ ପଡ଼ୋଶୀ ଥିଲା ଓ ବନ୍ଧୁ ଭଳି ଚଳୁଥିଲା ସିଏ କେମିତି ପାଲଟିଗଲା ପିଶାଚ ? ପରିବାର ବନ୍ଧୁ ବିଶ୍ୱାସରେ ବିଷ ଦେଲା କାହିଁକି ? କେବଳ ୫୦ ଲକ୍ଷ ଟଙ୍କା ପାଇଁ ଅପହରଣ କରିଥିଲା କି ଅମିତ ଶର୍ମା ? ନା ଏହା ପଛରେ ଆଉ କିଛି କାରଣ ରହିଛି ? ସମର୍ଥଙ୍କ ପରିବାର ସହ କୌଣସି ବ୍ୟବସାୟିକ ଶତ୍ରୁତା ଥିଲା କି ? ଯେଉଁଥିପାଇଁ ଅପହରଣର ପ୍ଲାନ୍‌ କରିଥିଲା ଅମିତ ଶର୍ମା ? କେବେଠାରୁ ରଚିଥିଲା କିଡନାପ୍‌ ପ୍ଲାନ୍‌ ? ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିବାରୁ ପୋଲିସ ହାତରେ ଧରାପଡ଼ିବା ଭୟରେ ହତ୍ୟା କଲେ କି ? ବିଭିନ୍ନ ଦିଗରୁ ଅଧିକ ତଦନ୍ତ କରୁଛି ଝାରସୁଗୁଡ଼ା ପୋଲିସ ।

ଗତ ୨୭ ତାରିଖରୁ ନିଖୋଜ ଥିଲେ ସମର୍ଥ ଅଗ୍ରୱାଲ । ସ୍କୁଟିରେ ଘରୁ ଯିବା ପରେ ଆଉ ଫେରିନଥିଲେ । ସମର୍ଥକଙ୍କୁ ଝାରସୁଗୁଡ଼ାରୁ ଅପହରଣ କରିଥିଲେ । ବରଗଡ଼ରୁ ତାଙ୍କର ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.