ଭଲିବଲକୁ ଅଧିକ କ୍ରିୟାଶୀଳ ଓ ବ୍ୟାପକ କରିବାକୁ ଲକ୍ଷ୍ୟ: ଡ଼ଃ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ୨୦ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳକୁ ଆଜି ଭେଟିଛନ୍ତି ଅଲ ଇଣ୍ଡିଆ ଭଲିବଲ ଆସୋସିଏସନର ସଭାପତି ଡ଼ଃ. ଅଚ୍ୟୁତ ସାମନ୍ତ । ଆଗକୁ ଦଳ ଚାମ୍ପିଆନସିପରେ ଭାଗ ନେବାକୁ ଯାଉଛି। ଏହା ପୂର୍ବରୁ ଆସୋସିଏସନର ସଭାପତିଙ୍କ ସହ ଆଲୋଚନା ଓ ଆଶିର୍ବାଦ ନେଇଛନ୍ତି ଖେଳାଳି।

କ୍ରୀଡା କ୍ଷେତ୍ରରେ କିଟ ବିଶ୍ୱବିଦ୍ଯାଳୟର ଅନେକ ଅବଦାନ ରହିଛି। ଦୀର୍ଘ ୪ ମାସ ହେବ ଭାରତର ବିଭିନ୍ନ କ୍ରୀଡା କ୍ୟାମ୍ପ କିଟରେ ଅନୁଷ୍ଠିତ ହେଉଛି। ଡ଼ଃ. ଅଚ୍ୟୁତ ସାମନ୍ତ ଅଲ ଇଣ୍ଡିଆ ଭଲିବଲ ଆସୋସିଏସନର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲାପରେ ଭଲିବଲକୁ ଅଧିକ କ୍ରିୟାଶୀଳ ଓ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.