ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଦ୍ରବ୍ୟ, ପୂରଣ ହେବ ଆପଣଙ୍କ ସବୁ ମନସ୍କାମନା

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଭକ୍ତିର ଠାକୁର। ଭକ୍ତିର ସହ ତାଙ୍କୁ ଯିଏ ଆରଧନା କରେ ପ୍ରଭୁ ତାଙ୍କ କଥା ନିଶ୍ଚୟ ବୁଝିଥାନ୍ତି। ତେଣୁ ଆପଣ ତାଙ୍କୁ ଯେଉଁ ମନରେ ପୂଜା କରିବେ ସହିପରି ଫଳ ମଧ୍ୟ ପାଇବେ। ଜନ୍ମାଷ୍ଟମୀ ଉତ୍ସବ ପରେ ଏବେ ସବୁଠି ଚାଲିଛି ବାଳ ଗୋପାଳଙ୍କ ନନ୍ଦୋତ୍ସବ। ନନ୍ଦଗାଁର ପରମ୍ପରା ଅନୁଯାୟୀ ରକ୍ଷାବନ୍ଧନର ଠିକ ଆଠ ଦିନ ପରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ପାଳନ କରାଯାଏ। ଏନେଇ ବ୍ରଜନଗରୀ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କର ପର୍ବକୁ ଖୁବ ଧୂମଧାମରେ ପାଳନ କରାଯାଏ।

ଜନ୍ମାଷ୍ଟମୀ ପରଦିନକୁ ନନ୍ଦୋତ୍ସବ ଭାବେ ପାଳନ କରାଯାଏ। ଏହା ପାଖାପାଖି ୫ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ଦିନ ଗୋପପୁରରେ କୃଷ୍ଣ ଜନ୍ମ ହର୍ଷ ଉଲ୍ଲାସର ସହ ପାଳିତ ହୁଏ। ଏ ଅବସରରେ କିଛି ଲୋକ ବ୍ରତ ମଧ୍ୟ ରଖିଥାନ୍ତି। ଜନ୍ମାଷ୍ଟମୀ ଯେଭଳି ଭାବେ ପାଳିତ ହୁଏ, ନନ୍ଦୋତ୍ସବ ମଧ୍ୟ ସେଭଳି ଖୁବ୍‌ ଜାକଜମକରେ ପାଳିତ ହୋଇଥାଏ। ତେବେ ଜନ୍ମାଷ୍ଟମୀ ଭଳି ନନ୍ଦୋତ୍ସବରେ ମଧ୍ୟ ଭଗବାନ କୃଷ୍ଣଙ୍କୁ କିଛି ଦ୍ରବ୍ୟ ଅର୍ପଣ କଲେ, ନନ୍ଦ ଲାଲ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ଆଜି କୃଷ୍ଣଙ୍କୁ କି କି ଦ୍ରବ୍ୟ ଅର୍ପଣ କରିବା ଉଚିତ୍‌…

ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଦ୍ରବ୍ୟ ହେଉଛି ଲହୁଣୀ। ଏଣୁ ଏହି ଦିନ କୃଷ୍ଣଙ୍କୁ ଲହୁଣୀ ଅର୍ପଣ କରନ୍ତୁ। ଶ୍ରୀକୃଷ୍ଣଙ୍କୁ କ୍ଷୀର ଜାତୀୟ ସବୁ ଜିନିଷ ପସନ୍ଦ। ଏଣୁ ଏହି ଦିନ ଆପଣ ପ୍ରଭୁଙ୍କୁ ଛେନା କ୍ଷୀରି ଅର୍ପଣ କରନ୍ତୁ। ନନ୍ଦୋତ୍ସବ ଦିନ କୃଷ୍ଣଙ୍କୁ ଚାନ୍ଦିର ବଇଁଶୀ ଅର୍ପଣ କରନ୍ତୁ, ଭଗବାନ ଖୁସି ହେବେ। ଆପଣ ଚାହିଁଲେ ସାଧାରଣ ବାଉଁଶର ବଇଁଶୀ ମଧ୍ୟ ଅର୍ପଣ କରିପାରିବେ। ପୂଜାରେ କୃଷ୍ଣଙ୍କୁ ନିହାତି ଭାବେ ତୁଳସୀ ଦିଅନ୍ତୁ। ଶ୍ରୀକୃଷ୍ଣଙ୍କୁ ମୟୂର ପୁଚ୍ଛ ଖୁବ୍‌ ପସନ୍ଦ। ଏଣୁ ପୂଜାରେ ମୟୂର ପୁଚ୍ଛ ଚଢ଼ାଇବାକୁ ଯେମିତି ନ ଭୁଲନ୍ତି। ନନ୍ଦଲାଲଙ୍କ ପୂଜାରେ ଖାସ୍‌ କରି ସେଫାଳୀ କିମ୍ବା ପାରିଜାତ ଫୁଲ ଅର୍ପଣ କରନ୍ତୁ। ଭଗବାନ ସବୁ ମନସ୍କାମନା ପୂରଣ କରିବେ।

ତେବେ ଅନେକ ଜଣ ସନ୍ତାନ ପ୍ରାପ୍ତି ନିମନ୍ତେ ମଧ୍ୟ ଏହା ପାଇଁ ବିଶେଷ ପୂଜା କରିଥାନ୍ତି। ଏମିିତିରେ ଭଗବାନଙ୍କୁ ପଞ୍ଚାମୃତରେ ଅଭିଷେକ କରନ୍ତୁ। ପ୍ରଭୁଙ୍କ ନିକଟରେ ଦୀପ ଜଳାଇ ସନ୍ତାନ ଗୋପାଳ ମନ୍ତ୍ର କୁ ଜପ କରିପାରିବେ।

ସେହିପରି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି ଦିନ ମାନଙ୍କରେ ପ୍ରଭୁଙ୍କୁ ବସ୍ତ୍ର ଦାନ କରିପାରିବେ। ଏହପରେ ଲହୁଣୀ, ମିଶ୍ରି ଓ ତୁଳସୀ କୁ ଅର୍ପଣ କରିପାରିବେ। ତେବେ ମନେ ରଖନ୍ତୁ ପୂଜା ସମୟରେ ମନରେ ମଧୁର ଭାବ ରଖନ୍ତୁ। ମନ୍ତ୍ର ଜପ ପାଇଁ ତୁଳସୀ ତଥା ଚନ୍ଦନ ମାଳା ର ବ୍ୟବହାର କରନ୍ତୁ। ମନ୍ତ୍ର ଜପ ପରେ ସଙ୍ଗେ ସଙ୍ଗେ ଜଳକୁ ସ୍ପର୍ଶ ନକରନ୍ତୁ। ଏହି ସମୟରେ ସାତ୍ତ୍ୱିକତା ବଜାୟ ରଖନ୍ତ।ୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.