Below header

ନିଜ ରଙ୍ଗ ତୂଳିରେ ବର୍ଜ୍ୟବସ୍ତୁକୁ ଦେଉଛନ୍ତି ନୂଆ ରୂପ, ଇପ୍ସିତା ସୃଷ୍ଟି କଲେ ନୂଆ ରେକର୍ଡ

ଭୁବନେଶ୍ଵର (କେନ୍ୟୁଜ୍‌) : ଯୁଆଡେ ଦେଖିବ ଖାଲି ଚକା ଆଖି। ଦୀପରେ, ବୋତଲରେ, ଥାଳିରେ, ଫିଉଜ୍ ବଲବରେ ସବୁଠି ଜଗନ୍ନାଥଙ୍କ ଚିତ୍ର। ଅତି ସୁନ୍ଦର ଦେଖା ଯାଉଥିବା ଏ ଚିତ୍ର କେଉଁଥିରେ ପ୍ରସ୍ତୁତ ହୋଛି ଜାଣନ୍ତି? ବର୍ଜ୍ୟବସ୍ତୁରୁ। ଆପଣ କଣ ପ୍ଲାଷ୍ଟିକ, ଇଲେକଟ୍ରିକ ଫିଉଜ୍ ବଲବ , କାଚ ବୋତଲ ସବୁ ଫିଙ୍ଗି ଦେଉଛନ୍ତି। ତେବେ ଆମେ ତ କହିବୁ ଆଦୌ ଫୋପାଡନ୍ତୁ ନାହିଁ। ଆମେମାନେ ଜିନିଷ ବ୍ୟବହାର କରି ସାଧାରଣତଃ ବର୍ଜ୍ୟ ବସ୍ତୁକୁ ଫୋପାଡି ଦିଅନ୍ତି। କିନ୍ତୁ ବୋଧହୁଏ ଏ ଚିତ୍ର ଦେଖିବା ପରେ ଆପଣ ଆଉ ବର୍ଜ୍ୟବସ୍ତୁକୁ ଫୋପାଡିବେ ନାହିଁ। ଏମିତି ବି ଅଳିଆ ଆବର୍ଜନାକୁ ଫିଙ୍ଗିବା ଗୋଟେ ମୁଣ୍ଡ ବ୍ୟଥାର କାରଣ ଥାଏ। କିନ୍ତୁ ଏହି ବର୍ଜ୍ୟ ବସ୍ତୁରୁ ହିଁ ହୋଇଛି ଏସବୁ ସୁନ୍ଦର ପଟ୍ଟଚିତ୍ର।

artଜାତିସଂଘରେ ମଧ୍ୟ ଭାରତକୁ ସବୁଠାରୁ ଅଧିକ ବର୍ଜ୍ୟ ବସ୍ତୁର ଦେଶ ବୋଲି ଗୋଟିଏ ବଡ ଆଖ୍ୟା ଦିଆଯାଇଛି। ତେବେ ଏ ସବୁର ସମାଧାନ କରିବା ପାଇଁ ସତେ ଯେମିତି ଏହି ଛାତ୍ରୀ ଜଣକ ଅଣ୍ଟା ଭିଡ଼ିଛନ୍ତି। ଖାଲି ସେତିକି ନୁହେଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଓଡ଼ିଶା ପାଇଁ ଆଣି ଦେଇଛନ୍ତି ଗୌରବ। ଆଉ ଗୋଟିଏ ଆଶ୍ଚର୍ୟ୍ଯକର କଥା ହେଉଛି ସେ ଆମର ନିତି ଦିନିଆ ଖାଦ୍ୟ ଚୁଡା ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଅଙ୍କନ କରି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ।

ଆମେ ଆପଣଙ୍କୁ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ଇପ୍ସିତା ପଣ୍ଡା । ଘର ଢେଙ୍କାନାଳ ଜିଲ୍ଲାରେ । ତେବେ ସେ ନିଜର ବାପା ମାଆଙ୍କ ସହିତ ଭୁବନେଶ୍ଵର ଉପକଣ୍ଠ ପାଣ୍ଡରା ଅଞ୍ଚଳରେ ରୁହନ୍ତି। ବିଜେବି କଲେଜର ଯୁକ୍ତ +୨ ଶେଷ ବର୍ଷର ଛାତ୍ରୀ ଇପ୍ସିତା। ପାଠ ପଢ଼ୁ ପଢ଼ୁ ହଠାତ୍ ଦିନେ ତାଙ୍କ ମନକୁ ଆସିଲା କିଛି ଅଲଗା କରିବାକୁ। ଭାବୁ ଭାବୁ ମନକୁ ଆସିଲା ଯେଉଁ ବର୍ଜ୍ୟ ବସ୍ତୁ ଘରେ ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି ତାକୁ ଗୋଟିଏ ଭଲ ରୂପ ଦେବା ପାଇଁ। ତେଣୁ ସେ ନିଜ ତୂଳୀରେ ରଙ୍ଗ ଦେଇ ସେହି ବର୍ଜ୍ୟ ବସ୍ତୁ ଗୁଡ଼ିକୁ କରିଦେଇ ପାରୁଛନ୍ତି ଜୀବନ୍ତ।

arpitaନିଜ ପାଠ ପଢା ସହିତ ଇପ୍ସିତା ତୂଳୀ ଧରି ବସି ଯାଆନ୍ତି । ଘର ଲୋକ ବାହାର ଲୋକ ଫୋପାଡି ଦେଉଥିବା ବିଭିନ୍ନ ବୋତଲ,ନେଲ୍ ପଲିସ ବୋତଲ, ସୁନା ଗହଣା ବାକ୍ସ, ଅଳେଇଚ, ଡାଲଚିନି ଏସବୁ ଉପରେ ତିନି ଠାକୁରଙ୍କ ଚିତ୍ର ଅଙ୍କନ କରିବାରେ ଲାଗି ଯାଆନ୍ତି । ଆଉ ତାଙ୍କର କଳାର ଚାତୁରୀ ସମସ୍ତଙ୍କୁ ମୁଗ୍ଧ କରିଛି । ଆଉ ଏଇ କଳା ପାଇଁ ନାଁ ତାଙ୍କର ଲେଖା ଯାଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ । ସବୁଠାରୁ ବଡ଼ କଥା ହେଲା ଚୁଡ଼ାରେ ଚିତ୍ର ଅଙ୍କନ ବହୁତ୍ କଷ୍ଟକର କଥା । ହେଲେ ଇପ୍ସିତା ଏତେ ସୁନ୍ଦର ଭାବରେ ତିନି ଠାକୁରଙ୍କୁ ଅଙ୍କିଛନ୍ତି ଆଖି ଲାଖି ଯାଉଛି। ବର୍ଜ୍ୟ ବସ୍ତୁକୁ ଏଭଳି ଅନ୍ୟ ରୂପ ଦେବା ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥ, ବସ୍ତୁ ଉପରେ ଜଗନ୍ନାଥଙ୍କୁ ଆଙ୍କି ସବୁ ସ୍ଥାନରେ ଜଗନ୍ନାଥମୟ କରି ତୋଳିବାକୁ ଚାହୁଁ ଛନ୍ତି। ତେବେ ଇପ୍ସିତାଙ୍କର ଏହି ପ୍ରୟାସ ପାଇଁ ଆମେ ତାଙ୍କୁ ପ୍ରଶଂସା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.