AC Servicing : ଏସି ରହିବ ବର୍ଷ ବର୍ଷ ଧରି ନୂଆ, ବାସ୍‌ କରିଦିଅନ୍ତୁ ଏହି କାମ

ଯଦି ଆପଣ ବ୍ୟବହାର କରୁଥିବା ଏୟାର କଣ୍ଡିସନର ବା ଏସିର ୟୁଜକୁ ବନ୍ଦ କରିବାକୁ ଚାହୁଁଛନ୍ତି କିମ୍ବା ଏହାକୁ ପ୍ୟାକ କରିବା ପ୍ରସ୍ତୁତିରେ ଅଛନ୍ତି, ତାହେଲେ ଆପଣ କରୁଥିବା କିଛି ଭୁଲକୁ ଧ୍ୟାନ ରଖିବା ଉଚିତ। ଆପଣ ଯଦି ଆର ବର୍ଷ ଗରମ ସିଜନ ପାଇଁ ଏସିକୁ ବନ୍ଦ କରିବାକୁ ଭାବୁଛନ୍ତି, ତେବେ ତାକୁ ପ୍ୟାକ କରିବା ପୂର୍ବରୁ କିଛି ଜରୁରୀ କାମ ନିଶ୍ଚୟ କରନ୍ତୁ। ଯଦି ଆପଣ ଏପରି କରିବେ ତ ଆପଣଙ୍କ ଏସିକୁ ଆଉ ଆସନ୍ତା ବର୍ଷ ସିଜନରେ ଏୟାର କଣ୍ଡିସନରର କୁଲେଣ୍ଟକୁ ରିଫିଲ କରିବାର ଆବଶ୍ୟକ ପଡିବନାହିଁ। ଆଜି ଆମେ ଆପଣଙ୍କୁ ଏୟାର କଣ୍ଡିସନରର କୁଲିଙ୍ଗ୍‌ କେମିତି ଠିକ୍‌ ରହିବ ସେହି ବିଷୟରେ କିଛି ଟିପ୍ସ ବତାଇବାକୁ ଯାଉଛୁ। ତାହେଲେ ଆସନ୍ତୁ ଜାଣିବା କଣ ସେହି ଟିପ୍ସ।

ପ୍ରପର ଡଷ୍ଟିଙ୍ଗ୍‌ ଜରୁରୀ

ଏୟାର କଣ୍ଡିସନରକୁ ପ୍ରପର ଡଷ୍ଟିଙ୍ଗ କରିବାର ଆବଶ୍ୟକତା ରହିଛି, କାହିଁକିନା ଏଥିରେ ଯଦି ଧୂଳି ମଇଳା କିଛି ରହିଯାଇଥାଏ ତାହେଲେ ଏହା କୁଲିଙ୍ଗ୍‌ ଉପରେ ବହୁତ ଅଧିକ ପ୍ରଭାବ ପକାଇପାରେ। ତେଣୁ ଯଦି ଆପଣ ଏମିତି ନ ହେଉ ବୋଲି ଚାହୁଁଛନ୍ତି ତାହେଲେ ସବୁବେଳେ ଏୟାର କଣ୍ଡିସନରର ବ୍ୟବହାର କରିବା ପୂର୍ବରୁ ଏହାର ପ୍ରପର ଡଷ୍ଟିଙ୍ଗ ନିଶ୍ଚୟ କରନ୍ତୁ।

ଓ୍ଵାଟର ସ୍ପ୍ରେ

ଯଦି ଆପଣ ନିଜ ଏୟାର କଣ୍ଡିସନରକୁ ବନ୍ଦ କରିବାକୁ ଯାଉଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ ଓ୍ଵାଟର ସ୍ପ୍ରେର ବ୍ୟବହାର କରିବା ଜରୁରୀ। ଏମିତି କରିବା ଦ୍ୱାରା ଆପଣଙ୍କ ଏୟାର କଣ୍ଡିସନର ଭଲଭାବେ କ୍ଲିନ୍‌ ହୋଇଯାଇଥା ଏବଂ ଆସନ୍ତା ବର୍ଷ ସିଜନରେ ଭଲ କୁଲିଙ୍ଗ୍‌ ପ୍ରଦାନ କରିଥାଏ।

ପ୍ରପର ଓ୍ଵାଇପିଙ୍ଗ୍‌

ଯଦି ଆପଣ ନିଜ ଏୟାର କଣ୍ଡିସନରର କ୍ଲିନ ଠିକ୍‌ ଭାବେ କରିନେଇଛନ୍ତି ଏବଂ ଆପଣ ତାକୁ ବନ୍ଦ କରିବାକୁ ଭାବୁଛନ୍ତି ତାହେଲେ ଆପଣ ଏହାକୁ ଓ୍ଵାଇପ ମଧ୍ୟ କରିନେବା ଉଚିତ। କାହିଁକିନା ପାଣିର ବୁନ୍ଦା କୌଣସି ମେଟାଲ ପୋର୍ଟକୁ ଖରାପ କରିପାରେ। ଏମିତିରେ ଆପଣଙ୍କୁ ଏହାକୁ ଭଲଭାବେ କ୍ଲିନ୍‌ କରିବା ଉଚିତ। ତେବେ ଦର୍ଶକବନ୍ଧୁ ଯଦି ଆପଣ ଏହି ଟିପ୍ସକୁ ଫଲୋ କରୁଛନ୍ତି ତାହେଲେ ଆପଣଙ୍କୁ ଏହାଦ୍ୱାରା ଭଲ କୁଲିଙ୍ଗ ମିଳିବ। ଅଧିକାଂଶ ଲୋକ ଏୟାର କଣ୍ଡିସନରର ବ୍ୟବହାର ଯେତେବେଳେ ବନ୍ଦ କରନ୍ତି ସେତେବେଳେ ଏହି ଟିପ୍ସକୁ ଫଲୋ କରନ୍ତିନାହିଁ ଏବଂ ଏୟାର କଣ୍ଡିସନରକୁ ସେମିତି ହିଁ ରଖନ୍ତି। ତେଣୁ ଆପଣଙ୍କୁ ଏହି ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ ଏବଂ ପ୍ୟାକ୍‌ କରିବା ପୂର୍ବରୁ ଏୟାର କଣ୍ଡିସନରକୁ କ୍ଲିନ୍‌ ନିହାତି କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.