ମିସ୍ ରଜ ସିଜନ-୨ ପ୍ରତିଯୋଗିତାର ଶୁଭାରମ୍ଭ, ଆପଣ ବି ଭାଗ ନିଅନ୍ତୁ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସନ୍ ସ୍ଥଳ ଲାଇଫ୍ଷ୍ଟାଇଲ୍ ପକ୍ଷରୁ ରଜ ପର୍ବକୁ ପାଳନ କରିବା ଲାଗି ଭୁବନେଶ୍ୱରରେ ଲାଇଫ୍ଷ୍ଟାଇଲ୍ ‘ମିସ୍ ରଜ’ର ଦ୍ୱିତୀୟ ସିଜନ ନେଇ ଘୋଷଣା କରାଯାଇଛି । ଲାଇଫଷ୍ଟାଇଲ୍ ମିସ ରଜ ୨୦୨୨ ପ୍ରତିଯୋଗିତାରେ ସହରର ଯୁବ ମହିଳାମାନଙ୍କ ଆଗ୍ରହ ଓ ସ୍ୱତନ୍ତ୍ର ଫେସନକୁ ଦୃଷ୍ଟିରେ ରଖି ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ତିନି ଦିନିଆ ଉତ୍ସବକୁ ମିସ ରଜ ପର୍ବ ପ୍ରତିଯୋଗିତା ସିଜନ-୨ ଜରିଆରେ ଲାଇଫଷ୍ଟାଇଲ୍ ପାଳନ କରିବ । ଏଥିରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ତାଙ୍କ ସୋସିଆଲ ମିଡିଆରେ ମେ’ ୨୭ରେ ଘୋଷଣା କରିଛନ୍ତି ।

ନିଜର ଷ୍ଟାଇଲିସ ଫଟୋକୁ ଇନଷ୍ଟାଗ୍ରାମରେ ହାସଟ୍ୟାଗ୍ ଓ @LifestyleStores ବ୍ୟବହାର କରି ଅପ୍ଲୋଡ୍ କରିବେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଲାଇଫଷ୍ଟାଇଲ ମିସ ରଜନ ୨୦୨୨ ଭୁବନେଶ୍ୱରର ଯୁବ ମହିଳାମାନଙ୍କୁ ସ୍ୱାଗତ କରିଛି । ଆବେଦନଗୁଡ଼ିକୁ ଷ୍ଟାଇଲିସ ଲୁକ୍ ସୃ୍ଷ୍ଟି ଓ ପୋଷ୍ଟକୁ ମିଳିଥିବା ଅଧିକ ଲାଇକ୍ ଆଧାରରେ ବଛାଯିବ । ଜୁନ୍ ୯ରେ ୧୦ ପ୍ରାକ୍-ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯିବ ଏବଂ ଲାଇଫଷ୍ଟାଇଲର ନୂତନ ଟ୍ରେଣ୍ଡ୍ ସହ ତାଙ୍କୁ ଷ୍ଟାଇଲିସ ଭାବେ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା ପରିବର୍ତ୍ତନ କରାଯିବ ଏବଂ ପେସାଦାର ଭାବେ ତାଙ୍କ ଫଟୋ ଉଠାଯିବ । ପ୍ରାକ୍-ଫାଇନାଲିଷ୍ଟମାନେ ସେହି ଫଟୋକୁ ଭୋଟିଂ ପର୍ଯ୍ୟାୟ ପାଇଁ ନିଜ ଇନଷ୍ଟାଗ୍ରାମରେ ଅପ୍ଲୋଡ୍ କରିବେ । ସର୍ବାଧିକ ଭୋଟ ପାଇଥିବା ଆବେଦନକୁ ବିଜୟୀ ଘୋଷଣା କରାଯିବା । ଜୁନ୍ ୧୫ରେ ଏହି ପ୍ରତିଯୋଗିତା ଶେଷ ହେବ । ଏସ୍ପ୍ଲାନେଡ୍ ୱାଲ୍ ମଲ୍‌୍‌ରେ ଥିବା ଲାଇଫଷ୍ଟାଇଲ୍ ଷ୍ଟୋର୍ରେ ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହେବ । ଅଭିନେତ୍ରୀ ଭୂମିକା ଦାଶ ଲାଇଫ୍ଷ୍ଟାଇଲ୍ ମିସ୍ ରଜ ପର୍ବ ୨୦୨୨ ଘୋଷଣା କରିବେ । ବିଜେତାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଉପହାର ସ୍ୱରୂପ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.