ଆନ୍ଧ୍ର ସୀମାନ୍ତ ଶୁଙ୍କି ଘାଟିରୁ ହଟିଲା ବଡ଼ ବଡ଼ ପଥର, ରାସ୍ତା ମଝିରେ ପଡ଼ିରହୁଥିବାରୁ ବନ୍ଦ ରହୁଥିଲା ଗାଡି ଚଳାଚଳ

କୋରାପୁଟ (କେନ୍ୟୁଜ): ଆନ୍ଧ୍ର ସୀମାନ୍ତ ଶୁଙ୍କି ଘାଟିରୁ ହଟିଲା ବଡ଼ ବଡ଼ ପଥର । ରାସ୍ତା କଡରୁ ବଡ଼ ବଡ଼ ପଥରଗୁଡ଼ିକୁ ସଫା କରାଯାଇଥିଲା । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର । ବର୍ଷା ପବନ ହେଲେ ରାସ୍ତା ମାଟି ଧସି, ପଥର ପଡି ରାସ୍ତା ଅବରୋଧ ହେବା ସହ ଘଣ୍ଟା ଘଣ୍ଟା ଧରି ଗାଡି ଚଳାଚଳ ବନ୍ଦ ରହୁଥିବା ନଜର ରହିଛି ।

ଶୁଙ୍କି ରାସ୍ତାଦେଇ ତାମିଲନାଡ, ଆନ୍ଧ୍ର, ଓଡ଼ିଶା, ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟକୁ ବହୁ ଗାଡି ଚଳାଚଳ କରୁଛି । ଘାଟିରେ ବାରମ୍ବାର ପଥର ଖସିବା ଯୋଗୁଁ ଅନେକଙ୍କ ଜୀବନ ମଧ୍ୟ ଯାଇଛି ଏପରିକି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ମଧ୍ୟ ରହୁଛି । ଘାଟିକୁ ବିପଦ ମୁକ୍ତ କରି ସୁରକ୍ଷିତ ଗାଡିଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.