ଚୋରା ବାଲି ଧରିବା ବେଳେ ତହସିଲଦାରଙ୍କୁ ମଡ଼ାଇଲେ ଟ୍ରାକ୍ଟର , ଅଳ୍ପକେ ବଞ୍ଚିଗଲା ଜୀବନ

ଯାଜପୁର ଟାଉନ (କେନ୍ୟୁଜ): ଚୋରା ବାଲି ଚାଲାଣ ହେଉଥିବା ସମୟରେ ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରିଥିଲେ ବାଲି ମାଫିଆମାନେ। ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଧିନରେ । ଏଥିନେଇ ମଂଗଳପୁର ଥାନାରେ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଥିବାବେଳେ ସମ୍ପୃକ୍ତ ଟ୍ରାକ୍ଟରଟିକୁ ଜବଦ କରାଯାଇ ଥାନାକୁ ଅଣାଯାଇଛି ।

ସୂଚନାମୁତାବକ ବୈତରଣୀ ନଦୀ କଷପା ପଂଚାୟତ ପଲ୍ଲାସାହି ଠାରେ ଏକ ଚୋରା ବାଲିଘାଟରୁ ମାଫିଆମାନେ ବାଲି ଚୋରାରେ ବାଲି ଉଠାଣ କରୁଥିଲେ । ଖବର ପାଇ ତହସିଲଦାର ଶ୍ରୀ ସେଠୀ ଘଟଣାସ୍ଥଳରେ ପହଂଚିବା ଦେଖି କିଛି ଟ୍ରକ୍ଟର ଖସିଯାଇଥିଲେ । ମାତ୍ର ଗୋଟିଏ ଟ୍ରାକ୍ଟର ଧରାପଡିଥିଲା । ଏହି ଟ୍ରାକ୍ଟରଟି ମଲ୍ଲିକାପୁର ଗ୍ରାମର ରାଜେଶ ସେଠୀ ନାମକ ଜଣେ ଯୁବକର ହୋଇଥିବାରୁ ଗାଡିଟିକୁୁ ଛାଡିଦେବାକୁ ଉକ୍ତ ଯୁବକ ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ଗାଡିଟିକୁ ନଦୀ ଉପରକୁ ତହସିଲଦାର ଉଠାଇବାକୁ କହିଥିଲେ । ମାତ୍ର ଏହି ସମୟରେ ଟ୍ରାକ୍ଟର ଚାଳକ ତହସିଲଦାର ଏବଂ ତାଙ୍କ ଗାଡ଼ି ଡ୍ରାଇଭଙ୍କ ଉପରେ ଚଢାଇଦେବାକୁ ଉଦ୍ୟମ କରିଥିଲେ । ଫଳରେ ତହସିଲଦାର ଏବଂ ତାଙ୍କ ଡ୍ରାଇଭର ତଳେପଡିଯାଇଥିଲେ ।

ଏହି ସମୟରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟରଟିକୁ ଦୃତ ଗତୀରେ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୂର୍ବରୁ ଟ୍ରାକ୍ଟରଟିର ଫଟୋ ତହସିଲଦାର ଉଠାଇ ରଖିଥିବାରୁ ଥାନାକୁ ଜଣାଇଥିଲେ । ମାଫିଆମାନେ ତୁରନ୍ତ ଟ୍ରାକ୍ଟରଟିର ରଂଗକୁ ବଦଳାଇବାକୁ ଉଦ୍ୟମ କରୁଥିବା ଖବର ପାଇ ମଂଗଳପୁର ପୁଲିସ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ଟ୍ରାକ୍ଟରଟିକୁ ଜବଦ କରି ଥାନାକୁ ଅଣିଥିଲୋ । ଏହି ସମୟରେ ଡ୍ରାଇଭର ଏବଂ ମାଲିକ ଖସିଯାଇଥିଲେ । ଗାଡିର ନମ୍ବର ପ୍ଲେଟ ଟିକୁ ରଂଗ କରିଦେଇଥିବାବେଳେ କୌଣସି କାଗଜପତ୍ର ନଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.