ଗଙ୍ଗୁବାଇ ପରେ ଆର୍‌ଆର୍‌ଆର୍‌ ବି ହିଟ୍‌, ଆଲିଆ ଭଟ୍ଟ ବନିଗଲେ ବି-ଟାଉନ୍‌ର ସବୁଠୁ ଦାମୀ ହିରୋଇନ୍‌

ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ଆରଆରଆର ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କ୍ରେଜ୍‌ କାହିଁରେ କେତେ। ତାଙ୍କର ଏହି ଦୁଇଟି ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଫଳରେ ଆଲିଆଙ୍କ ଦବ୍‌ଦବା ଇଣ୍ଡଷ୍ଟ୍ରୀରେ ଆକାଶଛୁଆଁ ହୋଇଛି। ଏହି ବଡ଼ ସଫଳତା ପରେ ଏବେ ଆଲିଆ ବନି ଯାଇଛନ୍ତି ବଲିଉଡ୍‌ର ହାଇଏଷ୍ଟ ପେଡ୍‌ ସେଲିବ୍ରିଟି। ନିକଟରେ ସାମ୍ନାକୁ ଆସିଥିବା ସେଲିବ୍ରିଟି ବ୍ରାଣ୍ଡ୍‌ ଭ୍ୟାଲ୍ୟୁଏସନ୍‌ ରିପୋର୍ଟ ମୁତାବକ, ଆଲିଆଙ୍କ ନାଁ ଏବେ ଟପ୍‌ ପେଡ୍‌ ଆକ୍ଟର୍ସରେ ସାମିଲ ହୋଇଛି। ଏହି ରିପୋର୍ଟରେ ଆଲିଆ ଭଟ୍ଟଙ୍କ ସହ ଆଉ କିଛି ସେଲିବ୍ରିଟି ବି ସାମିଲ ହୋଇଛନ୍ତି।

ସେଲିବ୍ରିଟି ବ୍ରାଣ୍ଡ୍‌ ଭ୍ୟାଲ୍ୟୁଏସନ୍‌ ରିପୋର୍ଟରେ ଆଲିଆ ଭଟ୍ଟଙ୍କୁ ୨୦୨୧ ମସିହାର ସବୁଠୁ ଦାମୀ ହିରୋଇନ୍‌ ବୋଲି କୁହାଯାଇଛି। ଆଲିଆ ଭଟ୍ଟଙ୍କ ବଢ଼ୁଥିବା ଲୋକପ୍ରିୟତା, ଅଭିନୟ ଓ ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟ ତାଙ୍କୁ ଏହି ତାଲିକାର ଟପ୍‌ରେ ପହଞ୍ଚାଇଛି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

କାମ କଥା କହିବା ତ ଆଲିଆ ଭଟ୍ଟଙ୍କୁ ନିକଟରେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ଵାଡ଼ିରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ସେହିପରି ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ରେ ଆଲିଆ ଭଟ୍ଟଙ୍କ ଛୋଟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଆଗକୁ ଆଲିଆଙ୍କୁ ବ୍ରହ୍ମାସ୍ତ୍ର, ରକି ଔର ରାନୀ କି ପ୍ରେମ କାହାଣୀ ଭଳି ବିଗ୍‌ ବଜେଟ୍‌ ଫିଲ୍ମରେ ଦେଖିବାକୁ ମିଳିବ। ଏହି କାରଣରୁ ଏବେ ଆଲିଆ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି।

Also Read: ବିପଦରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ହତ୍ୟା କରିବାକୁ ରଚାଯାଇଛି ଷଡ଼ଯନ୍ତ୍ର: ପିଟିଆଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.