Below header

ଶୁଣିଲାନି ପ୍ରଶାସନ କି ଜଳ ସମ୍ପଦ ବିଭାଗ, ଶେଷରେ ନିଜେ ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧର ଘାଇକୁ ମରାମତି କଲେ ଗ୍ରାମବାସୀ

ଭଦ୍ରକ : ଶୁଣିଲାନି ପ୍ରଶାସନ କିମ୍ବା ଜଳ ସମ୍ପଦ ବିଭାଗ । ଶେଷରେ ନିଜ ଚାଷ ଜମିର ସୁରକ୍ଷା ସହିତ ଧନ ଜୀବନରକୁ ବଞ୍ଚାଇବା ପାଇଁ ନିଜେ ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧର ଘାଇକୁ ମରାମତି କଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ରାଜମୁକୁନ୍ଦପୁର ସ୍ଥିତ ରାଜୁଆଲିବିନ୍ଧାଠାରେ । ଏହି ଗ୍ରାମ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରେ ଚଳିତ ମାସରେ ପ୍ରଥମ କରି ବନ୍ଯା ଆସିବା ଯୋଗୁ କମାର ମାହାରାଠାରେ ଏକ ବଡ ଘାଇ ସ୍ରୁଷ୍ଟି ହୋଇଥିଲା । ଫଳରେ ଏହି ଘାଇ ଦ୍ବାରା ବନ୍ଯା ଜଳ ଯାଇ ଜମିରେ ପଶି ଧାନ ତଳି ଓ ପନିପରିବା ଚାଷ ସବୁ ନଷ୍ଟ ଦେଇଥିଲା ।

ଏପରିକି ୧୦ ଦିନ ହେବ ବନ୍ଯା ପାଣି ଗାଁ ରାସ୍ତାରେ ଜମି ରହିଛି । ତୁରନ୍ତ ଘାଇ ମରାମତି କରିବା ପାଇଁ ଗ୍ରାମବାସୀ ପ୍ରଶାସନ ଏବଂ ସାଳନ୍ଦୀ କେନାଲ ଡିଭିଜନଙ୍କୁ ଜଣାଇଥିଲେ । କିନ୍ତୁ ସେମାନେ ସବୁ ଶିଶି ମଧ୍ଯ କିଛିବି ପଦକ୍ଷପ ଗ୍ରହଣ କରିନଥିଲେ । ଯାହା ଫଳରେ ନିଜେ ନିଜର ସୁରକ୍ଷା ପାଇଁ ଗ୍ରାମବାସୀ ଏକାଠି ହୋଇ ଉଦ୍ଯମ ଆରମ୍ଭ କରିଛନ୍ତି । ଘର ଘର ଚାନ୍ଦା ଆଦାୟ  କରି ଖଜୁରୀ ଗଛ, ବାଉଁଶ, ତଣ୍ଡି ଘାସ ଓ ବାଉଁଶ କଣି ଦେଇ ବନ୍ଧ ବାନ୍ଧି ପାଣି ଅଟକାଇଛନ୍ତି । ଏଥିପାଇଁ ଗ୍ରାମର ସବୁ ଚାଷୀ ଭାଇ ମାନେ ସହଯୋଗ କରିଛନ୍ତି । ପାଣି ନଅଟକିଲେ ସେମାନେ ଆଉ ଧାନ ଚାଷ କରିପାରିବେ ନାହିଁ । ତେଣୁ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଗୁହାରୀ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.