ତାତିରୁ ମିଳିଲା ତ୍ରାହି : ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ

ସକାଳୁ ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ । ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ତ୍ରାହି । ରାଜ୍ୟର କେତେକ ଅଞ୍ଚଳରେ ମେଘୁଆ ପାଗ ରହିଥିବା ବେଳେ ଭୁବନେଶ୍ବରରେ ଝିପି ଝିପି ବର୍ଷା ହେଉଛି । ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଟ୍ବିନ୍‌ ସିଟିରେ ବଦଳିଛି ପାଗର ମିଜାଜ ।  ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ତ୍ରାହି ।  ରାଜ୍ୟର କେତେକ ଅଞ୍ଚଳରେ ମେଘୁଆ ପାଗ ରହିଥିବା ବେଳେ ଭୁବନେଶ୍ବରରେ ଝିପି ଝିପି ବର୍ଷା ହେଉଛି ।  ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ହୋଇଛି । ଦେଓଗଡ, କେଉଁଝର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ପାଗ ମେଘୁଆ ରହିବା ଫଳରେ ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ୍ ରହିବା ସମ୍ଭାବନା ରହିଛି ।

ଗତ କିଛି ଦିନ ହେବ ତାପମାତ୍ରା ଲଗାତାର ଭାବରେ ବଢ଼ି ବଢ଼ି ଚାଲିଛି । ଗତକାଲି ପ୍ରଥମ ଥର ରାଜ୍ୟରେ ପାରଦ ଛୁଇଁଛି ୪୧ ଡିଗ୍ରୀ ସେଲସିୟସ୍ । ମାଲକାନଗିରିରେ ସର୍ବାେଚ୍ଚ ତାପମାତ୍ରା ରହିଥିଲା ୪୧ ଡିଗ୍ରୀ । ୪ ସହର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ଚୈତ୍ର ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଏପ୍ରିଲ ୨ତାରିଖ ବେଳକୁ କିଛି ସ୍ଥାନର ତାପମାତ୍ରା ୪୨ ଡିଗ୍ରୀ ଓ ୩ ତାରିଖରେ କିଛି ସ୍ଥାନରେ ୪୩ ଡିଗ୍ରୀ ପାର ନେଇ ଭୁବନେଶ୍ବର ପାଣିପାଗ ବିଭାଗ କେନ୍ଦ୍ର ଆକଳନ କରିଛି । ଉଷ୍ମ ଓ ଆଦ୍ର ବାୟ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଆଗାମୀ ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଉପରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.