ପଣ୍ଡ ହେଲା ଡକାୟତି ଯୋଜନା, ୫ ଡକାୟତଙ୍କୁ ଧରିଲା ପୋଲିସ୍

ବେଧଡ଼କ ଭାବେ ଘର, ଦୋକାନ ବଜାର ଓ ମନ୍ଦିରରୁ ଲୁଟ କରୁଛନ୍ତି । ତେବେ ନିକଟରେ ୫ ଜଣ ଡକାୟତ ବି ଡକାୟତି କରିବା ଉଦ୍ଦେଶ୍ୟ ନେଇ ଗାଡ଼ି ଧରି ବାହାରିଥିଲେ । କିନ୍ତୁ ତାଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୋଲିସ ।

ହିନ୍ଦୋଳ(କେନ୍ୟୁଜ): ଚାରିଆଡ଼େ ମାତିଛନ୍ତି ଳୁଟେରା । ଦିନ ରାତି କିଛି ମାନୁ ନାହାନ୍ତି । ବେଧଡ଼କ ଭାବେ ଘର, ଦୋକାନ ବଜାର ଓ ମନ୍ଦିରରୁ ଲୁଟ କରୁଛନ୍ତି । ତେବେ ନିକଟରେ ୫ ଜଣ ଡକାୟତ ବି ଡକାୟତି କରିବା ଉଦ୍ଦେଶ୍ୟ ନେଇ ଗାଡ଼ି ଧରି ବାହାରିଥିଲେ । କିନ୍ତୁ ତାଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୋଲିସ । ଭାବିଥିଲେ ଡକାୟତି କରି ଖସି ପଳାଇବେ କିନ୍ତୁ ପୋଲିସ ଡକାୟତଙ୍କ ପିଛା କରି କରି ମାଡ଼ି ବସିଲା ।

ଢେଙ୍କାନାଳ ଜିଲ୍ଲା ରାସୋଳ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ବିଳମ୍ବିତ ରାତିରେ ସାପୁଆ ଜଙ୍ଗଲରେ ପଶ୍ଚିମବଙ୍ଗ ନମ୍ୱର୍ ଥିବା ଏକ କାରରେ ଆସି ଏହି ଡକାୟତ ମାନେ ଡକାୟତି ଯୋଜନା କରୁଥିଲେ । ଠିକ୍‌ ଏହି ସମୟରେ ୫ ଜଣ ଡକାୟତଙ୍କୁ ମାଡ଼ି ବସିଲା ରାସୋଳ ପୋଲିସ୍ । ସେମାନଙ୍କ ଠାରୁ ବେଆଇନ ଅସ୍ତ୍ର ସମେତ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ସେମାନଙ୍କୁ ଥାନାକୁ ଆସି ପଚରା ଉଚୁରା କରିବା ପରେ କିଛିଦିନ ତଳେ ନାଉକିଆରୀ ଠାରୁ ଚୋରି ହୋଇଥିବା ଏକ ବାଇକ୍ ଜବତ କରିବା ସହିତ ସେମାନଙ୍କ ନାମରେ ପୁର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ହିନ୍ଦୋଳ ଏସଡିପିଓ ଦୀପକ ଜେନା ।

ଏ ଡକାୟତ ଗ୍ୟାଙ୍ଗ ଲୁଟ ପାଇଁ ସୁଯୋଗ ଖୋଜି ବୁଲୁଥିଲେ । ପ୍ରଥମେ ଘର ଓ ଦୋକାନକୁ ଟାର୍ଗେଟ କରୁଥିଲେ ଆଉ ତା ପରେ ଲୁଟିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । କିନ୍ତୁ ପୋଲିସ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଛି । ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଏ ଡକାୟତି ଗ୍ୟାଙ୍ଗକୁ କାବୁ କରିଥିଲା ପୋଲିସ୍‌ । ଏ ଡକାୟତମାନେ କାହାକୁ ବି ଭୟ କରୁନାହାନ୍ତି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରୁଛନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.