କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, ଆକ୍ରମଣକାରୀ ଥାନାରେ ଅଟକ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁରରେ ଯୁବକଙ୍କ ଆତଙ୍କରାଜ୍ । କୋର୍ଟରେ କାମ ସମୟରେ ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଆକ୍ରମଣ ଉଦ୍ୟମ କରିଲେ ଯୁବକ । ଆକ୍ରମଣ ଉଦ୍ୟମ ସମୟରେ ଯୁବକକୁ ଅଟକାଇଲେ କୋର୍ଟରେ କାର୍ଯ୍ୟରତ ଥିବା ଝାଡୁଦାର । ଏହି ଘଟଣା ସମ୍ପର୍କରେ ଅବଗତ ପରେ କୋର୍ଟରେ ବ୍ରହ୍ମପୁର ଏସପି ଓ ଏସଡିପିଓ ପହଁଞ୍ଚିଛନ୍ତି ।

ସୂଚନା ଅନୁସାରେ ଆକ୍ରମଣ କରିଥିବା ଯୁବକ ହେଲେ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତେବେ ଏହି ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରିନେଇଥିଲା ବୈଦ୍ୟନାଥପୁର ପୋଲିସ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.