ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ମୃତ

ଭଦ୍ରକ (କେନ୍ୟୁଜ): କୁମ୍ଭୀର ଆକ୍ରମଣରେ ଚାଲିଗଲା ଜୀବନ। ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ଶିକାର ହେଲେ ଯୁବକ। ମୃତ ବ୍ୟକ୍ତି ଜଣକ ହେଲେ ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ବରଣାକୂଳ ଗ୍ରାମର ବୁଦ୍ଧିରାମ ମଳିକ।

ସୂଚନା ଅନୁଯାୟୀ, ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ଉପର ହୀରାଘାଇ ନିକଟକୁ ନଦୀରେ ଜାଲ ଉଠାଇ ମାଛ ଧରିବା ପାଇଁ ଯାଇଥିଲେ। ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀକୁ ଟାଣି ନେଇଥିଲା। ସେହି ସମୟରେ ବୁଦ୍ଧିରାମଙ୍କ ସାଙ୍ଗ ସୁକୁରି ମଲ୍ଲିକ କୌଶଳ କ୍ରମେ ଖସି ଆସି ଗ୍ରାମ ଲୋକଙ୍କୁ କହିଥିଲା। ପରେ ସ୍ଥାନୀୟ ଲୋକେ ଖବର ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରି ନଦୀରୁ ଅନେକ ଦୂରରେ ତଳ ହୀରା ଘାଇ ଠାରୁ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ବୁଦ୍ଧିରାମଙ୍କର ଜୀବନ ଚାଲିଯାଇଥିଲା। ଅଗ୍ନିଶମ ବାହିନୀ ପହଂଚିବା ପରେ ମୃତ ଦେହ ଉଦ୍ଧାର କରାଯାଇଛି। କୁମ୍ଭୀର ଆକ୍ରମଣ ରେ ଜଣଙ୍କର ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କୁମ୍ଭୀର ତାଙ୍କର ଡାହାଣ ହାତ ଓ ଗୋଡ ଖାଇ ଦେଇଥିଲା।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.