ରବିବାର ଏହି ୫ ଜିନିଷ ଦାନ କଲେ ଖୁସି ହୋଇଥାନ୍ତି ସୂର୍ଯ୍ୟଦେବ, କ୍ୟାରିଅରରେ ହୋଇଥାଏ ଉନ୍ନତି

ଆମେ ପୂଜା କରୁଥିବା ଦେବାଦେବୀଙ୍କ ମଧ୍ୟରୁ ସୂର୍ଯ୍ୟ ଏକମାତ୍ର ଦେବତା ଯିଏ ଦେଖାଯାଇଥାନ୍ତି । ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଧନ ଓ ସମୃଦ୍ଧି ମିଳିଥାଏ । କୁଣ୍ଡଳୀରେ ସୂର୍ଯ୍ୟ ମଜବୁତ ଥିଲେ ଯଶ, କୀର୍ତ୍ତି, ଉନ୍ନତି ଓ ମାନ ସମ୍ମାନ ମିଳିଥାଏ । ରବିବାର ଦିନ ସୂର୍ଯ୍ୟଙ୍କ ପୂଜା ସହ କିଛି ଜିନିଷ ଦାନ ଦେବା ବହୁତ ଫଳଦାୟୀ ହୋଇଥାଏ । ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ ଦାନ ଉପଯୋଗୀ ଉପାୟ । ଆସନ୍ତୁ ଜାଣିବା ରବିବାର ଦିନ କେଉଁ ଉପାୟରେ କୁଣ୍ଡଳୀରେ ଗ୍ରହ ଦୋଷ ସମାପ୍ତ କରିପାରିବେ ।

ସୂର୍ଯ୍ୟଙ୍କୁ ଏମିତି କରନ୍ତୁ ପ୍ରସନ୍ନ :

ଚାକିରି ଓ ବେପାରରେ ଉନ୍ନତି ପାଇଁ ରବିବାର ଦିନ କୌଣସି ଗରୀବ ବ୍ୟକ୍ତିଙ୍କୁ ସୂର୍ଯ୍ୟ ସମ୍ବନ୍ଧିତ ଜିନିଷ ଯେମିତି ଗୁଡ଼, ତମ୍ବା, ଲାଲ ଚନ୍ଦନ, ଗହମ ଓ ମସୁର ଡାଲି ଦାନ କରିବା ଉଚିତ୍‌ । ଏହି ଉପାୟ ଧନହାନିରୁ ରକ୍ଷା ପାଇବା ଓ ସ୍ୱାସ୍ଥ୍ୟ ଲାଭ ପାଇଁ ମଧ୍ୟ କରାଯାଇପାରେ ।

ଜ୍ୟୋତିଷ ଶାସ୍ତ୍ରରେ ରବିବାର ଦିନ ତମ୍ବାର ଏକ ଖଣ୍ଡ ଦୁଇ ଭାଗରେ ଭାଙ୍ଗି ଦିଅନ୍ତୁ । ଗୋଟିଏ ଅଂଶ ପାଣିରେ ପ୍ରବାହିତ କରି ଦିଅନ୍ତୁ ଓ ଅନ୍ୟ ଖଣ୍ଡକୁ ପାଖରେ ରଖନ୍ତୁ । କୁହାଯାଏ ଏପରି କରିବା ଦ୍ୱାରା ସରାକାରୀ ଚାକିରି ପାଇଁ ରାସ୍ତା ଖୋଲିଥାଏ ।

ରବିବାର ଦିନ ଲାଲ ଚନ୍ଦନର ତିଳକ ଲଗାଇବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ମିଳିଥାଏ ।

ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ ଗାଇକୁ ରୁଟି ଖୁଆନ୍ତୁ । ମାଛକୁ ଅଟା ଗୋଲି ଓ ପିମ୍ପୁଡିକୁ ଚିନି ଖୁଆନ୍ତୁ ।

ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ତାଙ୍କର ବିଜ ମନ୍ତ୍ର ଓଁ ହରାମ ହରିମ ହ୍ରୀଂ ସହ ସୂର୍ଯ୍ୟାୟ ନମଃ ଜପ କରନ୍ତୁ । ଏହା ସମ୍ଭବ ନହୁଏ ତ ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ବେଳେ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ରୋଗରୁ ମୁକ୍ତି ଓ ନକରାତ୍ମକତାର ନାଶ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.