ଶୁକୃଳି ବ୍ଲକ ଅଞ୍ଚଳର ଅନେକ ଗାଁରୁ ଚୋରି, ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସୋଲାର ଲାଇଟର ବାଟେରୀ କାଢି ନେଇଗଲେ ଦୁର୍ବୃତ୍ତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ବଢୁଛି ଅପରାଧ। କିଛି ଦିନ ପୂର୍ବରୁ ବନ୍ଧୁକ ମୁନରେ ଖିଚିଂ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଲୁଟ ପରେ ଗତରାତି ଶୁକୃଳି ବ୍ଲକ ଅଞ୍ଚଳର ଅନେକ ଗାଁରେ ବ୍ୟାପକ ଭାବେ ବାଟେରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଶୁକୃଳି ବ୍ଲକ କଖାରୁପନ୍ନା, ନାଉପନ୍ନା, ଶୁକୃଲି, ବେଗୁନାବିନ୍ଧା, ସୁରୁବାଲି ଆଦି ଗାଁରେ ଲାଗିଥିବା ୩୦ରୁ ଉର୍ଦ୍ଧ୍ବ ସୋଲାର ଲାଇଟର ବାଟେରୀ ଗୁଡିକୁ ଚୋରି କରିନେଇଛନ୍ତି ଦୁର୍ବୃତ୍ତ।

ବିଶେଷ କରି ଶୁକୃଲି ବଜାରରେ ଦୁର୍ବୃତ୍ତ ଚୋରି କରିନେଇଛନ୍ତି ଏହି ସବୁ ବାଟେରୀ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଦିନ ତଳେ ରରୁଆ ବ୍ଲକରେ ୫୦ ରୁ ଉର୍ଦ୍ଧ୍ବ ବାଟେରୀ ଚୋରି ହେଇଥିଲା । ଶୁକୃଲି ବ୍ଲକରେ ଏତେ ପରିମାଣରେ ଚୋରି ହେବାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.