Below header

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ଗୁଣୁପୁର ସହରରେ ଖୁସିର ମାହୋଲ, ତିଆରି ହୋଇଛି ୧୪ ଫୁଟର ଦୀପ

ଆଜି ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ଏହି ଦୀପ ଲାଗିବ । ଏହା ଦୀପକୁ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବିଶ୍ଵ କର୍ମା ୱର୍କ୍ ସପ୍ ଠାରେ ପ୍ରସ୍ତୁତି କରାଯାଇଛି । ଏହି ଦୀପକୁ ତିଆରି କରିଛନ୍ତି ନାରାୟଣ ମହାରଣା । ଏହି ଦୀପର ଲମ୍ବ ୧୪ ଫୁଟ ଓ ଓସାର ୮ ଫୁଟ ଉଚ୍ଚତା ୩ ଫୁଟ ।

ପୂରଣ ହୋଇଛି ଦୀର୍ଘ ୫ଶହ ବର୍ଷର ଅପେକ୍ଷା । ଭକ୍ତିମୟ ପରିବେଶରେ ଅଯୋଧ୍ୟାର ରୂପ ବଦଳିଛି । ଆଜି ମନ୍ଦିରରେ ବିରଜମାନ କରିବେ ରାମଲଲା । ବେଦ ପାଠ ଓ ମନ୍ତ୍ର ଧ୍ୱନିରେ ଉଛୁଳି ଉଠୁଛି ରାମ ମନ୍ଦିର । ସମଗ୍ର ଦେଶରେ ଶୁଭୁଛି ଜୟ ଶ୍ରୀ ରାମ । ଦେଶ ଠାରୁ ଆରମ୍ଭ କରି ଗାଁ ଗାଁରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହାରି ମଧ୍ୟରେ ରାୟଗଡ଼ା ଜିଲ୍ଲା ଗୁଣପୁର ନୂଆ ବସ ଷ୍ଟାଣ୍ଡ ଠାରେ ପ୍ରଭୁ ଶ୍ରୀ ରାମଲଲାଙ୍କ ପାଇଁ ପ୍ରସ୍ତୁତି ଚାଲିଛି ଦୀପ । ଆଜି ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ଏହି ଦୀପ ଲାଗିବ । ଏହା ଦୀପକୁ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବିଶ୍ଵ କର୍ମା ୱର୍କ୍ ସପ୍ ଠାରେ ପ୍ରସ୍ତୁତି କରାଯାଇଛି । ଏହି ଦୀପକୁ ତିଆରି କରିଛନ୍ତି ନାରାୟଣ ମହାରଣା । ଏହି ଦୀପର ଲମ୍ବ ୧୪ ଫୁଟ ଓ ଓସାର ୮ ଫୁଟ ଉଚ୍ଚତା ୩ ଫୁଟ । ଏଥିରେ ପ୍ରାୟ ୮ ଇଞ୍ଚ ୧୫ ଫୁଟ ଲମ୍ବର ସଳିତା ଦିଆଯାଇଛି । ଏଥିରେ ପ୍ରାୟ ୧୬୦୦ ଶହ ଲିଟର ତେଲ ଲାଗିବା ନେଇ ଚାଲିଛି ପ୍ରସ୍ତୁତି । ଏହି ଦୀପ ପାଇଁ ସମସ୍ତଙ୍କର ସହଯୋଗ ରହିଛି । ଏହି ଦୀପ ତିଆରି ପାଇଁ ୮ ଦିନ ସମୟ ଲାଗିଥିଲା ।

ଏହି ଦୀପ ଅନେକ ଦିନ ଧରି ଜଳିବ ବୋଲି ବିଶ୍ୱାସ କରାଯାଉଛି । ରାମ ଭକ୍ତଙ୍କ ମନରେ ଥିବା ଭକ୍ତି ଭାବନା ଏ ଦୀପକୁ ଦେଖିଲେ ହିଁ ପ୍ରକାଶ ପାଉଛି । ଅତି ଯତ୍ନର ସହିତ ଏତେ ବଡ଼ ଦୀପକୁ ପ୍ରସ୍ତୁତ କରିଛନ୍ତି ନାରାୟଣ । ଅନ୍ୟପଟେ ଦେଶ ବିଦେଶରୁ ଅନେକ ଭକ୍ତ ଅଯୋଧ୍ୟାକୁ ଆସିଛନ୍ତି । ଲୋକମାନେ ଭଜନ କୀର୍ତ୍ତନରେ ନିଜକୁ ହଜାଇ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.