ଭାଇରଲ ହୋଇନାହିଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର, ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ

ଆଜି ପରୀକ୍ଷା ପରେ ଆସିଥିଲା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। କହିଛନ୍ତି, ଭାଇରାଲ ପ୍ରଶ୍ନପତ୍ର ସହ ଆଜିର ପ୍ରଶ୍ନପତ୍ରର ଗୋଟିଏ ବି ଶବ୍ଦ ମେଳ ଖାଉନାହିଁ। ସତ୍ୟାସତ୍ୟ ନଜାଣି ଗଣମାଧ୍ୟମ ଏଭଳି ଖବର ପ୍ରସାରଣ କରିବାରୁ ନିବୃତ୍ତ ରହିବାକୁ ବୋର୍ଡ ନିବେଦନ କରିଛି। ଏଭଳି ବିଭ୍ରାନ୍ତିକର ଖବର ପ୍ରସାରଣ ଦ୍ୱାରା ପରୀକ୍ଷାର୍ଥି ଓ ବୋର୍ଡ କର୍ତ୍ତୃପକ୍ଷ ଚାପରେ ରହୁଥିବା କୁହାଯାଇଛି। ସେପଟେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କଡ଼ା ଯାଞ୍ଚ ପରେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ପରୀକ୍ଷାର୍ଥୀ । ୨ହଜାର ୮୮୮ କେନ୍ଦ୍ରରେ ପରୀକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।.