Below header

କାଲିଠୁ ରଣଜୀ ଟ୍ରଫି କ୍ୱାର୍ଟର ଲଢ଼େଇ, ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଓଡ଼ିଶା ଓ ପଡ଼ୋଶୀ ବେଙ୍ଗଲ

କାଲିଠୁ ରଣଜୀ ଟ୍ରଫି କ୍ୱାର୍ଟର ଲଢ଼େଇ । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଓଡ଼ିଶା ଓ ପଡ଼ୋଶୀ ବେଙ୍ଗଲ । କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ସକାଳ ସାଢ଼େ ୯ଟାରେ ଖେଳାଯିବ ମ୍ୟାଚ୍‌ । ତିନିଟି ସିଜିନ ପରେ ରଣଜୀ ଟ୍ରଫି କ୍ୱାର୍ଟରରେ ପହଞ୍ଚିଛି ଓଡ଼ିଶା । ଶେଷ ଥର ପାଇଁ ୨୦୧୬-୧୭ରେ ଓଡ଼ିଶାର ସେମି ଫାଇନାଲ୍‌ ଖେଳିବା ଆଶା ଅଧୁରା ରହିଥିଲା । ଚଳିତ ସିଜିନରେ ନିଜ ନିଜ ଏଲିଟ୍‌ ଗ୍ରୁପ୍‌ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡ଼ିଶା ଓ ବେଙ୍ଗଲ । ଓଡିଶା ଗ୍ରୁପ୍‌ ସିରେ ୯ଟି ମ୍ୟାଚ୍‌ରୁ ୩୮ ପଏଣ୍ଟ ହାସଲ କରି କ୍ୱାର୍ଟରରେ ସ୍ଥାନ ପକ୍କା କରିଛି । ସେହିପରି ବେଙ୍ଗଲକୁ ମିଳିଛି ୩୨ ପଏଣ୍ଟ । ଓଡ଼ିଶା ଉପରେ ବେଙ୍ଗଲର ପଲ୍ଲା ଟିକେ ଭାରି ରହିଛି । ଶେଷ ଦୁଇଟି ମ୍ୟାଚରେ ରାଜସ୍ଥାନ ଓ ପଞ୍ଜାବକୁ ବେଙ୍ଗଲ ପରାସ୍ତ କରିଥିଲା । କିନ୍ତୁ ଓଡ଼ିଶା ଶେଷ ଲିଗରେ ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ ଡ୍ର ରଖିଥିଲା । ତାପୂର୍ବ ମ୍ୟାଚରେ ମହାରାଷ୍ଟ୍ରଠାରୁ ହାରିଥିଲା । ସେମିରେ ସ୍ଥାନ ପକ୍କା କରିବାକୁ ଉଭୟ ଦଳ କଡ଼ା ମୁକାବିଲାର ସାମନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.