ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜି ମାରିଲା ବିଜେଡି, ବିଜୟୀ ହେଲେ ଗଙ୍ଗାଧର ପୁଆଲା

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜି ମାରିଲା ବିଜେଡି । ବିଜୟୀ ହୋଇଛନ୍ତି ଗଙ୍ଗାଧର ପୁଆଲା । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆଶୁତୋଷ କିଲାକାଙ୍କୁ ସେ ପରାସ୍ତ କରିଛନ୍ତି । ଗଙ୍ଗାଧର ୧୩ ଖଣ୍ଡ ଭୋଟ ପାଇଥିବା ବେଳେ ଆଶୁତୋଷଙ୍କୁ ମିଳିଛି ମାତ୍ର ୫ ଖଣ୍ଡ ଭୋଟ୍‌ । ନାକଚ ହୋଇଛି ଗୋଟିଏ ଭୋଟ୍‌ । ଆଜି ହୋଇଥିବା ଉପନିର୍ବାଚନରେ ୨୨ ଜଣଙ୍କ ମଧ୍ୟରୁ ଭୋଟ୍‌ ଦେଇଥିଲେ ୧୯ ଜଣ ସଦସ୍ୟ । ଗତକାଲିଠାରୁ ବିଜେପି ପକ୍ଷରୁ ୪ଜଣ ନିର୍ବାଚିତ ସଦସ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ନହେବା ପାଇଁ ହ୍ଵିପ୍‌ ଜାରି ହୋଇଥିଲା । ଦୁଇ ଜଣ ସଦସ୍ୟ ପୁଷ୍ପାଞ୍ଜଳି ମୁଟିକା ଓ ନେତ୍ରାନନ୍ଦ କୈବର୍ତ୍ତ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରି ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗୋଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା ।

Leave A Reply

Your email address will not be published.