ଏଥର ଗାଁ ଗାଁରେ ବୁଲିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ଆମ୍ବୁଲାନ୍ସ

ଏଥର ଗାଁ ଗାଁରେ ବୁଲିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ଥିବା ଆମ୍ୱୁଲାନ୍ସ । ପାରାଦୀପ ବନ୍ଦର ପକ୍ଷରୁ ଏହି ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ହଁ ଆଜ୍ଞା ଭ୍ରାମ୍ୟମାଣ ଚିକିତ୍ସା ଥିବା ଏକ ଆମ୍ୱୁଲାନ୍ସ ଓ ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଏକ ନୂତନ ଡକ୍ ବୋଟର ଶୁଭାରମ୍ଭ କରାଯାଇଛି ।

ପାରାଦୀପ(କେନ୍ୟୁଜ): ଏଥର ଗାଁ ଗାଁରେ ବୁଲିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ଥିବା ଆମ୍ୱୁଲାନ୍ସ । ପାରାଦୀପ ବନ୍ଦର ପକ୍ଷରୁ ଏହି ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ହଁ ଆଜ୍ଞା ଭ୍ରାମ୍ୟମାଣ ଚିକିତ୍ସା ଥିବା ଏକ ଆମ୍ୱୁଲାନ୍ସ ଓ ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଏକ ନୂତନ ଡକ୍ ବୋଟର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓାଲ ଏହାକୁ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି ।

ଉଦଘାଟିତ ହୋଇଥିବା ଏହି ଆମ୍ୱୁଲାନ୍ସରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି । ପ୍ରତି ମାସରେ ଏହି ଆମ୍ୱୁଲାନ୍ସ ୨୦ ଟି ଗ୍ରାମରେ ବୁଲିବା ସହିତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବ । ଏଥିରେ କାର୍ଡିଆଲ,ଡାଇଗ୍ନୋଷ୍ଟିକ,ଇସିଜି, ମ୍ୟାଟରନାଲ ପ୍ରଭୂତି ଚିକିତ୍ସାର ସୁବିଧା ରହିଛି । ଏଥିରେ ଜଣେ ଡାକ୍ତର, ଜଣେ ନର୍ସ, ଜଣେ ଫାର୍ମାସିଷ୍ଟ ରହିବା ସହିତ ରୋଗୀମାନଙ୍କ ର ସମସ୍ତ ପରୀକ୍ଷା ଓ ଚିକିତ୍ସା ଏବଂ ଔଷଧ ମଧ୍ୟ ଯୋଗାଇଦିଆଯିବ।

ସେହିପରି ୬୪ ଟନ କ୍ଷମତା ବିଶିଷ୍ଟ ଡକ ବୋଟ ଟି ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ତିଆରି ହୋଇଛି । ଯାହା ବଡ ବଡ କେପ ସାଇଜ ଭେସେଲକୁ ଟାଣିବାରେ ସକ୍ଷମ ହେବା ବୋଲି ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ପ୍ରକାଶ କରିଛନ୍ତି । ତେବେ ଆଗାମୀ ଦୁଇବର୍ଷ ମଧ୍ୟରେ ପାରାଦୀପରେ ଓେଷ୍ଟର୍ଣ୍ଣ ଡକ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ, ଏଥିରେ ଆସିବାକୁ ଥିବା ବଡ ବଡ ଭେସେଲ (ଜାହାଜ) କୁ ପରିଚାଳନାରେ ନିହାତି ସୁବିଧା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.