ଲକ୍‌ଡାଉନର ସୁଯୋଗ ନେଇ ଗାଁ ଲୋକଙ୍କୁ ଠକୁଥିଲେ ମହିଳା, ଧରାପଡିଲା ପରେ ଗାଁ ଦାଣ୍ଡରେ ଆଣ୍ଠେଇ ମାଗିଲେ ଭୁଲ୍‌

ମାର୍ଶାଘାଇ ( କେ ନ୍ୟୁଜ) : ମହାମାରୀ କରୋନା ପାଇଁ ଚାରିଆଡେ ଲକଡାଉନ୍ ଜାରୀ ରହିଥିବା ବେଳେ ଏହାର ସୁଯୋଗ ନେଇଛି ଜଣେ ଠକ ମହିଳା। କେନ୍ଦ୍ରାପଡା ପାଟକୁରା ଥାନା ରଙ୍କାଳ ଗ୍ରାମରେ ଲକଡାଉନ୍ ପାଳନ କରି ଘର ଭିତରେ ଲୋକମାନେ ଥିବା ବେଳେ ଏହାର ସୁଯୋଗ ନେଇ ଗରଦପୁରୁ ଅଞ୍ଚଳରୁ ଶାଗରିକା ଦାସ ନାମକ ମହିଳା ପହଞ୍ଚି ଥିଲେ ରଙ୍କାଳ ଗ୍ରାମର କିଛି ଲୋକଙ୍କ ଘରେ । କିଛି ମହିଳାମାନଙ୍କୁ ଭେଟି ପ୍ରଲୋଭିତ କରି କହିଥିଲେ।

ଏକ ଏନଜିଓ ସଂସ୍ଥା ପକ୍ଷରୁ ଛୋଟପିଲା ମାନଙ୍କୁ ଛତୁଆ, ଅଣ୍ଡା, ବିସ୍କୁଟ, ସୁଜି, ଚୁଡା ଇତ୍ୟାଦି ଦିଆଯିବ। ଏହିସବୁ ସାମଗ୍ରୀ ଆସିବା ପାଇଁ ବାଟ ଖର୍ଚ ଦୁଇ ଶହ ଟଙ୍କା ଦେବାକୁ ପଡିବ ଏବଂ ଯେଉଁ ପିଲା ମାନଙ୍କୁ ଏହି ସାମଗ୍ରୀ ମଳିବ ତାଙ୍କର ଏକ ପାସପୋର୍ଟ ସାଇଜ ଫଟୋ ଦେବାକୁ ପଡିବ। ଗ୍ରାମର କିଛି ମହିଳାମାନେ ପିଲାଙ୍କ ମୁଣ୍ଡ ପିଛା ଦୁଇ ଶହ ଟଙ୍କା ଦେବା ସହ ଫଟୋ ଦେଇଥିଲେ। ଠକ ମହିଳା ଏକ ଖାତାରେ ପିଲାଙ୍କ ନାମ ଓ ତାଙ୍କ ମାଙ୍କ ନାମ ପଞ୍ଜୀକୃତ କରିଥିଲେ। ସଙ୍ଗେ ସଙ୍ଗେ କଥା ପ୍ରଘଟ ହେବାରୁ ଲୋକମାନେ ସରପଞ୍ଚଙ୍କୁ ଡକାଇ ମହିଳାଙ୍କୁ ଅଟକ ରଖିଥିଲେ। ମହିଳା ଜଣଙ୍କୁ ଏହି ବିଷୟରେ ପଚରାଉଚରା କରିବାରୁ ମହିଳା ଜଣକ ପଞ୍ଜୀକୃତ ଖାତାକୁ ଚିରିଦେଇଥିଲେ।ସରପଞ୍ଚ ରବୀନ୍ଦ୍ର ନାଥ ପଣ୍ଡା ପାଟକୁରା ପୋଲିସକୁ ଫୋନକରିଥିଲେ।

THAKA MAHILA-2

ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ମହିଳା କାନ୍ଦି ରାସ୍ତାରେ ଆଣ୍ଠେଇ ପୋଲିସ , ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନିଜର ଭୁଲ୍ ସ୍ୱୀକାର କରିଥିଲେ। ଆଉ ଏଭଳି କାମ ଜୀବନରେ କରିବିନାହିଁ ବୋଲି କହିଥିଲେ।ମହିଳା ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ ନ ହୋଇ ଥବାରୁ ପୋଲିସ ମହିଳା ଶାଗରିକା ଦାସ ଠାରୁ ଏକ ଅଣ୍ଡର ଟେକିଙ୍ଗ୍ ଲେଖା ରଖି ଧମକ ଦେଇ ଛାଡି ଦେଇଥିବା ସୂଚନା ଦେଇଛନ୍ତି ପାଟକୁରା ଥାନା ଅଧିକାରୀ ସୁଜିତ୍ ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.