ପୁଣି ଋଷିଙ୍କୁ ମନେ ପକାଇଲେ ନିତୁ, ଫଟୋ ସେୟାର କରି ଲେଖିଲେ “ଯେତେବେଳେ ଆମେ ଏକାଠି ଥାଉ…”

ଋଷି କପୁରଙ୍କ ମୃତ୍ୟୁକୁ ଆଜି ୫ ଦିନ ବିତିଛି। କିନ୍ତୁ କପୁର ପରିବାର ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ସେ ନାହାନ୍ତି। କିଛି ସମୟ ପୂର୍ବରୁ ଋଷି କପୁରଙ୍କ ପତ୍ନୀ ନିତୁ ସିଂହ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସ୍ୱାମୀଙ୍କୁ ମନେ ପକାଉଥିବା ଦେଖିବାକୁ ମିଳିଛି। ନିତୁ ସେୟାର କରିଥିବା ଫଟୋରେ ଋଷି ହସୁଥିବା ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ସେ ନିତୁଙ୍କ ସହ ଠିଆ ହୋଇଛନ୍ତି।

ଫଟୋ ସେୟାର କରି ନିତୁ ଋଷିଙ୍କୁ ମନେ ପକାଇବା ସହ ତାଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି ଯେ ଗୋଟିଏ ପରିବାର ହୋଇଥିବାରୁ ପ୍ରତି ମୁହୂର୍ତ୍ତରେ ଆମେ କାହାକୁ ହରେଇଥିବା ଅନୁଭବ କରିପାରୁଛୁ। ଯେତେବେଳେ ଆମେ ଏକାଠି ବସୁ ଓ ପଛକୁ ଫେରି ଚାହୁଁ ସେତେବେଳେ ନିଜ ଦୁଃଖ ସହ ସେମାନଙ୍କୁ ମଧ୍ୟ ମନେ ପକାଉ ଯେଉଁମାନେ ସେହି ସମୟରେ ଆମ ସାଥ ଦେଇଥିଲେ। ହସ୍ପିଟାଲର ସେ ଡାକ୍ତରଙ୍କୁ ଆମେ ହୃଦୟରୁ ଧନ୍ୟବାଦ ଜଣାଉଛୁ।

Rishi, Neetu to make a comeback in Yash Chopra's next - Movies News

ଏହା ପୂର୍ବରୁ ମଧ୍ୟ ନିତୁ ଋଷିଙ୍କ ଫଟୋ ସେୟାର କରିଥିଲେ। ସେଥିରେ କ୍ୟାପସନ ଲେଖିଥିଲେ “ଆମ କାହାଣୀର ଅନ୍ତ”। ନିତୁଙ୍କ ପୋଷ୍ଟକୁ ଫ୍ୟାନମାନେ ବହୁଳ ଭାବେ ଲାଇକ ଓ ସେୟାର କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.