କେହି ମାନିଲେନି ଗାଇଡଲାଇନ, ଢୋ ‌ଢାରେ ସ୍ବାହା ହେଇଗଲା ପ୍ରାୟ ୧୫ କୋଟି ଟଙ୍କା!

ଭୁବନେଶ୍ୱର(କେନ୍ୟୁଜ୍): କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ଦୀପାବଳିରେ ବନ୍ଦ ଥିଲା ବାଣଫୁଟା। ଯାହାଫଳରେ ଚଳିତବର୍ଷ ଲୋକେ ଏତେ ଉତ୍ସାହିତ ଥିଲେ ଯେ ବାଣଫୁଟା ପାଇଁ କୌଣସ କଟକଣାକୁ ମାନିଲେନାହିଁ। କରୋନା ପାଇଁ ୨ ବର୍ଷ ଖୁସି ମନାଇବାରୁ ବଞ୍ଚିତ ହୋଇଥିବା ଲୋକମାନେ ସଞ୍ଜ ନପୁରୁଣୁ ବାଣ ଫୁଟାଇବା ଆରମ୍ଭ କରିଦେଇଥିଲେ। ଗାଇଡଲାଇନକୁ କେହି ଖାତିର କରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟା ଚାଲିଥିଲା। ରାତି ୮ଟାରୁ ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିୟମ କରାଯାଇଥିଲେ ବି ରାତି ସାରା ଶୁଭୁଥିଲା ବାଣ ଶବ୍ଦ।

ତେବେ ମିଳିଥିବା ଏକ ସୂଚନା ମୁତାବକ, ଜଟଣୀ ଖୁଚୁରା ବାଣ ବଜାରରେ ପ୍ରାୟ ୫ କୋଟି ଟଙ୍କାର ବେପାର ହୋଇଥିବା ଆକଳନ କରାଯାଉଥିବା ବେଳେ ବରମୁଣ୍ଡାରେ ୩ କୋଟି ଟଙ୍କାର ବେପାର ହୋଇଛି। ସେହିଭଳି ରସୁଲଗଡ଼, ନୂ୍ଆପଲ୍ଲୀ, ବଡ଼ଗଡ଼, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଆଦି ବାଣ ବଜାରରେ କୌଣସିଠାରେ ବି ୨ କୋଟିରୁ କମ୍ ବେପାର ହୋଇଥିବା ଜଣାପଡ଼ିଛି।

ତେଣୁ ଚଳିତ ବର୍ଷ ସମଗ୍ର କମିସନରେଟ୍‌ ପୋଲିସ ଅଞ୍ଚଳରେ ୧୫ କୋଟି ଟଙ୍କାରୁ ଅଧିକ ବାଣ ବେପାର ହୋଇଛି। ୩ ଗୁଣ ଚଢ଼ା ଦରରେ ବି ବୋହିନେଲେ ଲୋକେ। ତେଣୁ ଖୁଚୁରା ବେପାରୀଙ୍କ କହିବା କଥା ଏମିତି ପାଗ ଦେବ ବୋଲି ଆଗୁଆ ଜଣାଥି‌ଲେ, ସେମାନେ ଆଉ କିଛି ଅଧିକ ପରିମାଣର ବାଣ ଆଣିଥାଆନ୍ତେ ଏବଂ ଏବର୍ଷ ବେପାର ୨୦ କୋଟି ଟଙ୍କାକୁ ଟପିଥାଆନ୍ତା। ଏପଟେ ଚଳିତ ବର୍ଷ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳ ଯଥା ଜଟଣୀ, ବାଲିଅନ୍ତା, ବାଲିପାଟଣା, ଚନ୍ଦକା ଆଦି ଅଞ୍ଚଳରେ ପ୍ରାୟ ୧୦ଟି କ୍ଲଷ୍ଟରରେ ୧୫ ଶହ ଦୋକାନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଅନୁମତି ଦିଆଯିବାର ଥିଲା। ତେବେ ପ୍ରାୟ ଏକ ହଜାର ଦୋକାନ ଖୋଲିଥିବା ଆକଳନରୁ ଜଣାପଡ଼ିଛି।