ଚଳିତ ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

ଫେବ୍ରୁଆରୀ ୨୦ରେ ହେବ ୨୦୨୪ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା। ଫେବୃଆରୀ ୨୦ ରୁ ମାର୍ଚ୍ଚ ୪ ପର୍ଯ୍ଯନ୍ତ ଚାଲିବ ପରୀକ୍ଷା। ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକତ୍ରିତ ଏହି ସମୟରେ ହେବ।

କଟକ (କେନ୍ୟୁଜ): ଆଗୁଆ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରେ ହେବ ୨୦୨୪ ମାଟ୍ରିକ EXAM। ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକତ୍ରିତ ହେବ ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ।

୨୦୨୩ରେ ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୦ ଯାଏଁ ହୋଇଥିଲା ମାଟ୍ରିକ ପରୀକ୍ଷା। ଆଉ ଦୁଇଟି ସମେଟିଭ ନୁହେଁ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ପ୍ରତ୍ୟେକ ବିଷୟରେ ୧୦୦ ମାର୍କର ପରୀକ୍ଷା ହେବ। ପରୀକ୍ଷାର ୮୦ ପ୍ରତିଶତ ଓ ସ୍କୁଲରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ମିଶି ମାର୍କ ସିଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.