ଆଲୋଭେରାରୁ ଘରେ ପ୍ରସ୍ତୁତ କରନ୍ତୁ ଆଣ୍ଟି ଏଜିଙ୍ଗ ଫେସ ସିରମ, ମିଳିବ ଉଜ୍ଜ୍ୱଳ ତ୍ୱଚା

ଆଲୋଭେରା ଆଣ୍ଟି ଏଜିଙ୍ଗ ଫେସ ସିରମ ଦ୍ୱାରା ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ । ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ । ଆଲୋଭେରା ଭିଟା- କ୍ୟାରେଟିନ, ଭିଟାମିନ ସି ଏବଂ ଭିଟାମିନ ଇ ଭଳି ଅନେକ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଥାଏ । ଏଥିପାଇଁ ଆଲୋଭେରା ଆପଣଙ୍କ ସ୍କିନକୁ ହାଇଡ୍ରେଟେଡ କରି ରଖିବାରେ ସାହାଯ୍ୟ କରିଥାଏ ।

ବୟସ ବଢ଼ିବା ସଙ୍ଗେ ସଙ୍ଗେ ତ୍ୱଚାରେ ରିଙ୍କଲ୍ସ ଏବଂ ଫାଇନ ଲାଇନ୍ସ ଆସିବା ସ୍ୱାଭାବିକ । ଏପରିସ୍ଥିତିରେ ଯଦି ଆପଣ ବଢ଼ୁଥିବା ବୟସରେ ନିଜକୁ ସୁନ୍ଦର ରଖିବାକୁ ଚାହୁଁଛନ୍ତି ତେବେ ତ୍ୱଚାର ଭଲଭାବେ ଯତ୍ନ ନେବା ଜରୁରୀ ହୋଇଥାଏ । ଏଥିପାଇଁ ଆପଣ ଘରେ କିପରି ନିଜ ତ୍ୱଚାର ଯତ୍ନ ନେଇପାରିବେ ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ତେବେ ଆଲୋଭେରା ଆଣ୍ଟି ଏଜିଙ୍ଗ ଫେସ ସିରମ ଦ୍ୱାରା ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ । ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ଉପାୟ ।

ଆଲୋଭେରା ଭିଟା- କ୍ୟାରେଟିନ, ଭିଟାମିନ ସି ଏବଂ ଭିଟାମିନ ଇ ଭଳି ଅନେକ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଥାଏ । ଏଥିପାଇଁ ଆଲୋଭେରା ଆପଣଙ୍କ ସ୍କିନକୁ ହାଇଡ୍ରେଟେଡ କରି ରଖିବାରେ ସାହାଯ୍ୟ କରିଥାଏ । ଅନ୍ୟପଟେ ଆଲୋଭେରାରେ ଆଣ୍ଟି ଏଜିଙ୍ଗ ଗୁଣ ମଧ୍ୟ ରହିଥାଏ ଯାହା ଚେହେରାର ବଢ଼ୁଥିବା ବୟସର ଲକ୍ଷଣକୁ କମ କରିବାରେ ସାହାଯ୍ୟ କରିଥାଏ ।

ଆଲୋଭେରା ଫେସ ସିରମ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ଛୋଟ ପାତ୍ର ନିଅନ୍ତୁ । ପରେ ଆପଣ ଏଥିରେ ୪ ଚାମଚ ଆଲୋଭେରା ଜେଲ, ୨ ଚାମଚ ଗୋଲାପ ଜଳ ଏବଂ ଏକ ଚାମଚ ଗ୍ଲିସେରିନ ପକାନ୍ତୁ । ଏହା ପରେ ଆପଣ ଏଥିରେ ଭିଟାମିନ ଇ ର ୩ଟି କ୍ୟାପସୁଲ ପକାନ୍ତୁ । ଆପଣ ଚାହିଁଲେ ଏଥିରେ ଏସେନ୍ସିଆଲ ତେଲକୁ ୪ରୁ ୫ ଚାମଚ ପକାଇ ପାରିବେ । ପରେ ଆପଣ ଏହି ସମସ୍ତ ଜିନିଷକୁ ଭଲ ଭାବେ ମିଶାନ୍ତୁ । ଏହା ପରେ ଆପଣ ଏହାକୁ ଏକ ସ୍ପ୍ରେ ବୋତଲରେ ଭରି ଷ୍ଟୋର କରନ୍ତୁ । ଏବେ ଆପଣଙ୍କ ଆଲୋଭେରା ଫେସ ସିରମ ପ୍ରସ୍ତୁତ ହୋଇଯିବ ।

ଆଲୋଭେରା ଫେସ ସିରମକୁ ଲଗାଇବା ପୂର୍ବରୁ ଚେହେରାକୁ ଭଲଭାବେ ଧୋଇ ପୋଛି ନିଅନ୍ତୁ । ପରେ ଆପଣ ଏହାକୁ ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ତ୍ୱଚାରେ ଭଲ ଭାବେ ଲଗାଇ ପାରିବେ । ଏହା ଦ୍ୱାରା ଧିରେ ଧିରେ ଆପଣଙ୍କ ଫେସର ରିଙ୍କଲ୍ସ ଏବଂ ଫାଇନ ଲାଇନ୍ସ କମ ହେବାରେ ସାହାଯ୍ୟ ମିଳିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.