ହାତରେ ଯାଦୁ ଦେଖାଉଛନ୍ତି ଏହି ଯୁବତୀ, କୋଭିଡ ସମୟରୁ ଆରମ୍ଭ କରିଥିଲେ ଅଭିନବ ଉପାୟ

ଷ୍ଟଲ ଭିତରେ ବିକ୍ରି ହେଉଥାଏ ଅନେକ ଗୁଡିଏ ହାତ ତିଆରି ଚିତ୍ର, ପଟ୍ଟ ଚିତ୍ର ଓ ଅନ୍ୟାନ୍ୟ ସୁନ୍ଦର ଫଟୋ । ଏସବୁ ଦେଖି ମନରେ ଉଙ୍କି ମାରିଥିଲା ଏହା ହାତ ତିଆରି ଜିନିଷ ନା ମେସିନ ତିଆରି ଜିନିଷ । ତେବେ ମେଳାରେ ବିଭିନ୍ନ ଚିତ୍ର ଓ ସୁନ୍ଦର ଫଟୋକୁ ଜଣେ ଯୁବତୀ ବିକ୍ରି କରୁଥିଲେ ।

ଦୁନିଆରେ ଯେଉଁମାନେ ପାଠ ପଢୁଛନ୍ତି ସମସ୍ତେ ପ୍ରାୟ ଡାକ୍ତର ଇଞ୍ଜିନିଅର କି ବଡ଼ ଅଫିସର ହେବା ପାଇଁ ଲକ୍ଷ ରଖିଥାନ୍ତି । ହେଲେ ଆମେ ଏମିତି ଜଣେ ଛାତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର କାହାଣୀ ଟିକେ ନିଆରା । ଯାହା ସମସ୍ତଙ୍କୁ ଟିକେ ଚିନ୍ତା କରିବାକୁ ବାଧ୍ୟ କରିବ । ଆସନ୍ତୁ ଜାଣିବା ସେହି ଛାତ୍ରୀଙ୍କ ବିଷୟରେ । ସେଦିନ ଥାଏ ଗଜଲକ୍ଷ୍ମୀ ପୂଜା । ଭୁବନେଶ୍ୱର ଆଠ ନମ୍ବର ଅଞ୍ଚଳ ଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ଥାଏ । ଚାରିଆଡେ ବେଶ ଜନଗହଳି । ବିଭିନ୍ନ ଦୋକାନ ବଜ଼ାରରେ ଭିଡ଼ ଲାଗିଥାଏ । ଲୋକଙ୍କ ଭିଡ଼ରେ ଗୋଟିଏ ସ୍ଥାନ ଏପରି ଥିଲା ଯାହା ଅଧିକ ଗହଳି ଲାଗୁଥାଏ । ମାଆ ଗଜ ଲକ୍ଷ୍ମୀଙ୍କ ସହ ସାଜସଜା ବେଶ ମନୋରମ ଥିଲା । ଗୋଟିଏ ପାର୍ଶ୍ୱରେ ଶିବ ଶକ୍ତି ଲିଙ୍ଗ ଅନ୍ୟ ପାର୍ଶ୍ୱରେ ଗଛ । ମୂଖ୍ୟ ଦ୍ୱାରରେ ମାଆଙ୍କ ମୂର୍ତ୍ତି ଓ ପୂଜା ତୋରଣ ମନ ମୋହୁଥାଏ । ମେଳାରେ ବିକ୍ରି ହେଉଥିଲା ଭଳିକି ଭଳି ଜିନିଷ । ଏହାରି ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଗୋଟିଏ ଛୋଟ ଷ୍ଟଲ ।

ଷ୍ଟଲ ଭିତରେ ବିକ୍ରି ହେଉଥାଏ ଅନେକ ଗୁଡିଏ ହାତ ତିଆରି ଚିତ୍ର, ପଟ୍ଟ ଚିତ୍ର ଓ ଅନ୍ୟାନ୍ୟ ସୁନ୍ଦର ଫଟୋ । ଏସବୁ ଦେଖି ମନରେ ଉଙ୍କି ମାରିଥିଲା ଏହା ହାତ ତିଆରି ଜିନିଷ ନା ମେସିନ ତିଆରି ଜିନିଷ । ତେବେ ମେଳାରେ ବିଭିନ୍ନ ଚିତ୍ର ଓ ସୁନ୍ଦର ଫଟୋକୁ ଜଣେ ଯୁବତୀ ବିକ୍ରି କରୁଥିଲେ । କୋଭିଡ ସମୟରେ ଅନ୍ୟମାନେ ଖାଇ ପିଇ ମୋବାଇଲ ଚଲାଉଥିବା ବେଳେ ଏହି ଯୁବତୀଙ୍କ ମୁଣ୍ଡରେ ପଶିଥିଲା ଅଭିନବ ଉପାୟ । ଘରେ ବସି ବସି ସମୟ ନଷ୍ଟ କରିବା ଠାରୁ ଭଲ ନିଜ ହାତର ଯାଦୁକୁ ବିଭିନ୍ନ ଜିନିଷରେ ଦେଖାଇବା ପାଇଁ ସେ ଭାବିଥିଲେ । ତେଣୁ ସେ କିଛି ଜିନିଷକୁ ଯୋଗାଡ଼ କରି ଆରମ୍ଭ କରିଥିଲେ ବିଭିନ୍ନ ସୁନ୍ଦର ସୁନ୍ଦର ଜିନିଷ ଗଢ଼ିିବା । ସୁନ୍ଦର ଜିନିଷ ପ୍ରସ୍ତୁତ କରୁଥିବା ଯୁବତୀଙ୍କ ନାଁ ହେଉଛ ବର୍ଷା ରାୟ ।

ବର୍ଷା ବହୁ କଷ୍ଟ କରି ସୁନ୍ଦର ଚିତ୍ର ଓ ଫଟୋ ତିଆରି କରୁଛନ୍ତି । ତାଙ୍କ ହାତରେ ସତରେ ଯାଦୁ ରହିଛି ନହେଲେ ସେ ଏମିତି ସୁନ୍ଦର ଜିନିଷ କିପରି ବା ତିଆରି କରି ପାରିବେ । ଯଦି ତାଙ୍କ ସୁନ୍ଦର ଚିତ୍ରକୁ ଅଧିକ ପ୍ରୋତ୍ସାହନ ମିଳନ୍ତା ତେବେ ସେ ଏପରି ଆହୁରି ଅଧିକ ଚିତ୍ର କରି ପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.