ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ, ଗାଈକୁ ମାରି ଖାଇଲା ମହାବଳ

ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ । ଗୁଣୁପୁର ବନାଞ୍ଚଳର ଆମ୍ବଖୋଲା ଜଙ୍ଗଲରେ ପୁଣି ଗାଈକୁ ମାରି ଖାଇଲା ମହାବଳ ।

ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ । ଗୁଣୁପୁର ବନାଞ୍ଚଳର ଆମ୍ବଖୋଲା ଜଙ୍ଗଲରେ ପୁଣି ଗାଈକୁ ମାରି ଖାଇଲା ମହାବଳ । ଜଙ୍ଗଲରୁ ଗାଈର କ୍ଷତାକ୍ତ ମୃତଦେହର ବିଭିନ୍ନ ଅଂଶ ଠାବ କରିଛି ପଦ୍ମପୁର ବନବିଭାଗ । ସେଠାରେ ମହାବଳ ବାଘର ପାଦ ଚିହ୍ନକୁ ଠାବ କରିଛି ବନ ବିଭାଗ ।

ବାଘ ଗାଈକୁ ମାରି ଖାଇଥିବା ଅନୁମାନ କରି ଆଖପାଖ ଗାଁରେ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ଟ୍ରାପ୍ କ୍ୟାମେରା ଲଗାଇ ବାଘର ଗତିବିଧି ଜାଣିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଗୁଣୁପୁର ରେଞ୍ଜର ପୁଲପୁଟି, ଝୁମ୍ପାପୁର ନିକଟରେ ମଧ୍ୟ ମହାବଳର ପାଦ ଚିହ୍ନ ଠାବ ହୋଇଛି ।

ମହାବଳକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି । ଗତ ଦୁଇଦିନ ତଳେ ଗୁଡାରୀ ବନାଞ୍ଚଳ ର ପାଣିଡ଼ଙ୍ଗର ନଦୀକୂଳରେ ପାଦ ଚିହ୍ନ ଠାବ କରିଥିଲେ ବନ ବିଭାଗ । କିଛିଦିନ ତଳେ ଗୁଡାରି ବନାଞ୍ଚଳରେ ଗୋଟିଏ ଗାଈକୁ ଶିକାର କରିବା ବେଳେ ଢେପଗାଁ ଗ୍ରାମବାସୀ ହୋହାଲ୍ଲା କରିବାରୁ ବାଘ ଶିକାର ଛାଡି ଦୌଡ଼ି ପଳାଇଥିଲା । ପରେ ଗାଈର ମୃତ୍ୟ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.