ଯାଜପୁର: ଜଳବନ୍ଦୀ ହୋଇ ରହିଛି ହଜାର ହଜାର ହେକ୍ଟର ଜମି, ତୁରନ୍ତ ପଦକ୍ଷପ ନେବାକୁ ନବନିର୍ମାଣ କୃଷକ ସଙ୍ଗଠନର ଦାବି

ଯାଜପୁର : ହେକ୍ଟର ହେକ୍ଟର ଜମିରେ ପାଣି । ଯାଜପୁର ବିଂଝାରପୁର ବ୍ଲକ ଜରୀ ପଂଚାୟତ ନାଉବାଙ୍କ କାମଦେବ ମହାରରେ ଗତ ବନ୍ୟାରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ହଜାର ହଜାର ହେକ୍ଟର ଜମି ଜଳବନ୍ଦୀ ହୋଇ ରହିଛି। ଘାଇ ମରାମତିର ବିଳମ୍ବ ଯୋଗୁ ଏଭଳି ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ।

ଏହି ଘାଇ ଯୋଗୁ ବିଭିନ୍ନ ସମୟରେ ଅସୁବିଧା ଭୋଗନ୍ତ ସ୍ଥାନୀୟ ଲୋକ । ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.