ଦ୍ରୁତଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ: ୪୨ଟି ରୁ ୧୫ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ମାନି ଦ୍ରୁତଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ଆବଶ୍ୟକ ୪୨ଟି ଚକ ମଧ୍ୟରୁ ପାଖାପାଖି ୧୫ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
ଚକ ପାଇଁ ଉଦ୍ଦିଷ୍ଟ ଅନ୍ୟ ତମ୍ବୁ ଗୁଡିକରେ ପହି ସଂଯୋଗ ହୋଇ ବିଲେଇ ବାଡିଆ କାମ ଜାରି ରହିଛି। ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ତିଥି ଅବସରରେ ରଥ ଚକ ଅଖ ସଂଯୋଗ କାର୍ଯ୍ୟ ଥିବାରୁ ରଥର ଅଖ କାମ ଆରମ୍ଭ ହୋଇଛି। ମହାରଣା ସେବାୟତମାନେ ଅଖ ହଣା କାମ ଜାରି ରଖିଛନ୍ତି।