ଉମରକୋଟ: ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ, ଟାର୍ଗେଟ୍‌ ନଥିବା କହି ଫେରାଇ ଦିଆଯାଉଛି ଚାଷୀଙ୍କୁ

ଉମରକୋଟ : ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଟାର୍ଗେଟ୍‌ ନଥିବା କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । କିଛି ଚାଷୀଙ୍କୁ ଟୋକନ୍‌ ମିଳିନଥିବା ବେଳେ କିଛି ଚାଷୀଙ୍କୁ ଟୋକନ୍‌ ଥାଇ ମଧ୍ୟ ଧାନ କିଣା ଯାଇନାହିଁ । ଫଳରେ ଉମରକୋଟ ଅଞ୍ଚଳର ବହୁ ଚାଷୀ ଲ୍ୟାମ୍ପ୍‌ସ ଆଗରେ ହଟଗୋଳ କରିବା ସହିତ ଏମ୍‌ ଡି ଙ୍କୁ ଘେରିଥିଲେ ।

ଅନ୍ୟପଟେ ଚାଷୀଙ୍କଠାରୁ ଧାନ ନ କିଣି ଦଲାଲ ଏବଂ ମିଲରଙ୍କ ଠାରୁ ଧାନ ଉଠା ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସରକାର ଯଦି ଧାନ ନ କିଣିବେ ତାହେଲେ ଧାନକୁ ଲ୍ୟାମ୍ପ୍ସ ଆଗରେ ରଖିବୁ ନହେଲେ ନିଆଁ ଲଗେଇ ଦେବୁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଅସନ୍ତୁଷ୍ଟ ଚାଷୀଙ୍କ ସହ ସ୍ୱର ମିଳାଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.