Below header

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପାର୍କକୁ ନୂଆ ରୂପ ଦେଇଥିଲା ସମ୍ବଲପୁର ପ୍ରଶାସନ, ହେଲେ ରାତିରାତି ଜାଳି ପୋଡି ଧ୍ବସଂ କଲେ ଦୁର୍ବୃତ୍ତ

ସମ୍ବଲପୁର: ୨୦୧୮ରେ କଚେରି ଛକକୁ ଏକ ନୂଆ ରୂପ ଦେଇଥିଲେ ସମ୍ବଲପୁର ପ୍ରଶାସନ । ଏହି ମୁଖ୍ୟ ଛକ ସହରବାସୀଙ୍କ ପାଇଁ ବେଶ ଆକର୍ଷଣ ପାଲଟିଥିଲା । ପ୍ରତେକ ଦିନ ହଜାର ହଜାର ସହରବାସୀ ଏଠାକୁ ଆସି ସମୟ ମଧ୍ୟ ବିତାଉଥିଲେ ।

ହେଲେ ଗତ କିଛିଦିନ ହେବ ଏହି ଛକ ଗୁଡିକରେ ଥିବା ପାର୍କରେ କିଏ ନିଆଁ ଲଗାଇ ଦେଇଛି । ଯାହା ଫଳରେ ଏଠି ଲାଗିଥିବା ଲକ୍ଷାଧିକ ଟଙ୍କାର ଘାସ, ବହୁମୂଲ୍ୟ ଗଛ ଏବଂ ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ତେବେ କିଏ ଓ କାହିଁକି ଏଭଳି କାଣ୍ଡ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏଭଳି ଦୃଶ୍ୟ ଦେଖି ସହରବାସୀ ଓ ପ୍ରକୃତିପ୍ରେମୀ ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.