ପେଚା ପ୍ରଜାତିର ୩ଟି ବିରଳ ପକ୍ଷୀ ଉଦ୍ଧାର, ଆଜି ବନ ବିଭାଗକୁ କରାଯିବ ହସ୍ତାନ୍ତର

ଗୁଣୁପୁର(କେନ୍ଯୁଜ୍): ରାୟଗଡା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ଗତକାଲି ସନ୍ଧ୍ୟାରେ ପେଚା ପ୍ରଜାତିର ବିରଳ ତିନି ଗୋଟି ପକ୍ଷୀ ଉଦ୍ଧାର କରାଯାଇଛି । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ ଗଛ କୋରଡରୁ ଏହି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ତେବେ କିଏ ଉଦ୍ଧାର କରିଛି ତାହା ସ୍ପଷ୍ଟ ଜଣାପଡି ନଥିବା ବେଳେ ସ୍ଥାନୀୟ ଲୋକେ ଏହି ପକ୍ଷୀଙ୍କୁ ରଖିଛନ୍ତି । ଆଜି ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି । ତେବେ କେତେକ ଏହାକୁ ଗରୁଡ଼ ପକ୍ଷୀ କହୁଥିବା ବେଳେ ଆଉ କେତେକ ଶ୍ୱେତ ପେଚା ବୋଲି କୁହାକୁହି ହେଉଛନ୍ତି । ଏହି ପକ୍ଷୀଙ୍କୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.