Below header

ଗଣତନ୍ତ୍ରକୁ ସମ୍ମାନ ଦେବାର ସୁନ୍ଦର ମୁହୂର୍ତ୍ତ: ମଧ୍ୟଗଛ ପଞ୍ଚାୟତରେ ସ୍ତ୍ରୀଙ୍କ ହାତରୁ ସରପଞ୍ଚ ଚୌକିର ଦାୟିତ୍ବ ନେଲେ ସ୍ବାମୀ

ସାଲେପୁର(କେନ୍ଯୁଜ୍): ସବୁ ଆଡେ ଏବେ ରାଜନୀତି ସରଗରମ । ଏହାରି ଭିତରେ ସରିଯାଇଛି ପଞ୍ଚାୟତ ନିର୍ବାଚନ । ଏବେ ପଞ୍ଚାୟତ ଦାୟିତ୍ବ ନେବା ସମୟ । କେଉଁଠି ପୂର୍ବତନ ସରପଞ୍ଚ ମାନଙ୍କ ଠାରୁ ନବାଗତ ସରପଞ୍ଚ ମାନେ ଦାୟିତ୍ବ ଗ୍ରହଣ କରୁଛନ୍ତି ଆଉ କେଉଁଠି ସ୍ବାମୀ ମାନଙ୍କ ଠୁ ସ୍ତ୍ରୀ ମାନେ ଦାୟିତ୍ବ ନେଉଛନ୍ତି । ପୁଣି କେଉଁଠି ପଞ୍ଚାୟତ ଦାୟିତ୍ବ ସ୍ତ୍ରୀ ଠାରୁ ସ୍ବାମୀ ଗ୍ରହଣ କରୁଛି । ଏଭଳି ରୋଚକ ଦୃଶ୍ଯ ଏବେବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଥିଲା କଟକ ସାଲେପୁର ବ୍ଲକ୍‌ ମଧ୍ୟଗଛ ପଞ୍ଚାୟତରେ।

ଯେଉଁଠି ସ୍ତ୍ରୀ ଙ୍କ ହାତରୁ ଦାୟିତ୍ବ ନେଲେ ସ୍ବାମୀ। ତାହା ପୁଣି ସରପଞ୍ଚ ଚୌକିର । ଏହା ଶୁଣି ହୁଏତ ଆପଣ ମାନଙ୍କୁ ଟିକେ ଆଶ୍ଚର୍ଯ୍ଯ ଲଗୁଥିବ, କିନ୍ତୁ ଘଟଣାଟି ସତ । ପାଞ୍ଚ ବର୍ଷ ସରପଞ୍ଚ ଚୌକିରେ ବସି ସେବା କରି ସାରିବା ପରେ ଏବେ ସ୍ବାମୀ ସେଇ ସିଟରେ ବସିବାକୁ ଯାଉଛନ୍ତି ଆଉ ପୁଣି ଲୋକଙ୍କ ସେବା କରିବାର ସୁଯୋଗ ପାଇ ଥିବାରୁ ବେଶ ଖୁସି ଅନୁଭବ କରଛନ୍ତି ।

ଏ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମଧ୍ୟଗଛ ପଞ୍ଚାୟତ କାର୍ଯ୍ଯଳୟ ଭିତରର ଦୃଶ୍ଯ ଯେଉଁଠି ଦେଖିବାକୁ ମିଳିଛି ଗଣତନ୍ତ୍ରକୁ ସମ୍ମାନ ଦେବାର କିଛି ସୁନ୍ଦର ମୁହୂର୍ତ୍ତ । ପୂର୍ବତନ ସରପଞ୍ଚ ସୁପ୍ରିୟା ରାଉତରାୟ ଏଥର ଜିତି ଥିବା ସରପଞ୍ଚ ସଂଜୟ ବେହେରା ତଥା ତାଙ୍କ ସ୍ବାମୀଙ୍କୁ ପଞ୍ଚାୟତ ଦାୟୀତ୍ୱ ହସ୍ତାନ୍ତର କରିଥିଲେ । ଏହାସହ ତାଙ୍କର ଅଧୁରା ସ୍ୱପ୍ନ କୁ ସାକାର କରିବାକୁ ସ୍ୱାମୀଙ୍କୁ କହିଥିଲେ ।

ଏହି ମୁହୂର୍ତ୍ତକୁ ଅଞ୍ଚଳର ବହୁ ଲୋକଙ୍କ ସହ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଦେଖି ବେସ୍‌ ଖୁସି ଅନୁଭବ କରିବା ସହ ସଂଜୟ କିପରି ପଞ୍ଚାୟତର ଉନ୍ନତି କରିବେ ତାହା ଆଲୋଚନା କାରିଥିଲେ । ଦିନେ ଘରର ଦାୟିତ୍ବ ଯାହାଙ୍କୁ ଦେଇଥିଲେ ଆଜି ତାଙ୍କରି ହାତରୁ ପୁରା ଅଞ୍ଚଳର ଦାୟିତ୍ୱ ଗ୍ରହଣ କଲେ । ସ୍ବାମୀ ସରପଞ୍ଚ ହୋଇଥିବାରୁ ବେଶ ଖୁସି ଅଛନ୍ତି ସୁପ୍ରିୟା । ସେ ଯାହା ହେଉନା କାହିଁକି ସମାନ ପଦରୁ ସ୍ତ୍ରୀ ଙ୍କ ହାତରୁ ଏଭଳି ଦାୟିତ୍ୱ ନେବା ଘଟଣା ସମଗ୍ର ଜିଲ୍ଲାରେ ଏବେ ବେସ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.