ପ୍ରଥମ ଥର ପାଇଁ ଆସନ୍ତା ୧ରୁ ବାଘ ଗଣିବେ ରାଜ୍ୟ ସରକାର

ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ଆରମ୍ଭ ହେବ । ଏହି ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ଆରମ୍ଭ ହେବ । ଏହି ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । ରାଜ୍ୟରେ ୨୦ଟି ବାଘ ରହିଥିବା କେନ୍ଦ୍ର ସରକାର ରିପୋର୍ଟ ଦେଇଥିବା ବେଳେ ୨୫ଟି ବାଘ ରହିଥିବା ନେଇ ରାଜ୍ୟ ସରକାର ଦାବି କରିଛନ୍ତି ।

ସେପଟେ ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ସହ ବାରିପଦା ସର୍କଲର ୫ଟି ବନଖଣ୍ଡରେ ଆରମ୍ଭ ହୋଇଛି ବାଘ ଗଣନା । ଏହି ପ୍ରକଳ୍ପର ୧୯ଟି ରେଞ୍ଜ୍ ର ୨୦୯ଟି ଟିମ୍ ନିୟୋଜିତ ଅଛନ୍ତି । ତଦାରଖ ପାଇଁ ସମସ୍ତ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆଜିଠୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ସର୍ଭେ ଚାଲିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓଡ଼ିଶାର ସର୍ବବୃହତ ବ୍ୟାଘ୍ର ପ୍ରକଳ୍ପ । ଏନଟିସିଏ ଗଣନା ମୁତାବକ ଶିମିଳିପାଳରେ ୨୦ରୁ ଅଧିକ ବାଘ ଅଛନ୍ତି । ୨୭ ହଜାର ବର୍ଗ କିଲୋମିଟର ବ୍ୟସାର୍ଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଏହି ଅଭୟାଣ୍ୟରେ ସର୍ବାଧିକ ମହାବଳ ବାଘ ଅଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.