ଶ୍ରମିକଙ୍କ ଆକାଉଣ୍ଟକୁ ଆସିଲା ୨୨୧ କୋଟି, ନୋଟିସ ପଠାଇଲା ଆୟକର ବିଭାଗ

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ଶ୍ରମିକଙ୍କୁ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ଏକ ନୋଟିସ ମିଳିଥିଲା ଆଉ ନୋଟିସ ମିଳିବା ପରେ ଶ୍ରମିକଙ୍କ ହୋସ ଉଡ଼ି ଯାଇଥିଲା । କାରଣ ତାଙ୍କ ଆକାଉଣ୍ଟରେ ଜମା ହୋଇଛି ୨୨୧ କୋଟି ଟଙ୍କା ।

ଥରେ ଭାବନ୍ତୁ ତ ଆପଣ ରାତିରେ ଶୋଇଥିବେ ଏବଂ ସକାଳୁ ଉଠିବା ପରେ ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଭରି ଯାଇଥିବ । ଏଭଳି ପରିସ୍ଥିତିରେ ଆପଣ କଣ କରିବେ । ନିଶ୍ଚିତ ଏତେ ଟଙ୍କା ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ । ଦର୍ଶକ ବନ୍ଧୁ ଏଭଳି ଘଟଣା କିନ୍ତୁ ସତରେ ଘଟିଛି । ଜଣେ ଶ୍ରମିକଙ୍କ ଆକାଉଣ୍ଟରେ ୧ କୋଟି କି ଦୁଇ କୋଟି ନୁହଁ ଏହା ଠାରୁ ବି ଅଧିକ ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଛି ।

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ଶ୍ରମିକଙ୍କୁ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ଏକ ନୋଟିସ ମିଳିଥିଲା ଆଉ ନୋଟିସ ମିଳିବା ପରେ ଶ୍ରମିକଙ୍କ ହୋସ ଉଡ଼ି ଯାଇଥିଲା । କାରଣ ଘରକୁ ଚଳାଇବା ପାଇଁ ଦିନରାତି ପରିଶ୍ରମ କରୁଥିବା ଏହି ଦିନ ମଜୁରିଆଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସିଛି ଯେ ସେ କଣ କରିବେ କଣ କରିବେନି କିଛି ବୁଝି ପାରୁ ନାହାନ୍ତି ।

ବସ୍ତି ଜିଲ୍ଲାର ଏହି ଶ୍ରମିକଙ୍କୁ ଇନକମ ଟ୍ୟାକ୍ସର ନୋଟିସ ପରେ ସେ ବ୍ୟସ୍ତ ହୋଇ ପଡ଼ିଛନ୍ତି । କାରଣ ତାଙ୍କ ଆକାଉଣ୍ଟରେ ଜମା ହୋଇଛି ୨୨୧ କୋଟି ଟଙ୍କା । ଏଭଳି ନୋଟିସ ଦେଖିବା ପରେ ଏହି ଶ୍ରମିକ ସିଧା ଥାନାକୁ ଦୌଡ଼ିଥିଲେ । ଏହି ମାମଲା ବସ୍ତି ଜିଲ୍ଲାର ଲାଲଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବର୍ତ୍ତନିଆ ଗାଁର ଅଧିବାସୀ ଶିବ ପ୍ରସାଦ ନିଶାଦଙ୍କ ସହ ହୋଇଛି । ଶିବ ପ୍ରସାଦ ଦିଲ୍ଲୀରେ ରୁହନ୍ତି ଏବଂ ଶ୍ରମିକ ଭାବେ କାମ କରନ୍ତି । କିନ୍ତୁ ହଠାତ ଦିନେ ଯେତେବେଳେ ତାଙ୍କ ଘରେ ଇନକମ ଟ୍ୟାକ୍ସର ନୋଟିସ ଆସିଥିଲା, ପରିବାର ସଦସ୍ୟ ବ୍ୟସ୍ତ ହୋଇ ଶିବ ପ୍ରସାଦଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରେ ଶିବ ପ୍ରସାଦ ଦିଲ୍ଲୀରୁ କାମ ଛାଡି ଘରେ ପହଞ୍ଚିଥିଲେ ଏବଂ ସମସ୍ତ ଘଟଣା ପୋଲିସକୁ କହିଥିଲେ ।

ସୂଚନା ଥାଉ କି, ନିର୍ମାଣ କାର୍ଯ୍ୟ ନାମରେ କୌଣସି ସ୍ଥାନରୁ ଶିବ ପ୍ରସାଦଙ୍କ ନାମରେ ୨ ଶହ ୨୧ କୋଟି ୩୦ ଲକ୍ଷ ୭ ଟଙ୍କା ଆକାଉଣ୍ଟକୁ ପଠାଯାଇଛି । ସେଥିମଧ୍ୟରୁ ୪ ଲକ୍ଷ ୫୮ ହଜାର ୭୧୫ ଟଙ୍କା ଟିଡିଏସ୍ ଭାବରେ ମଧ୍ୟ କଟାଯାଇଛି । ବର୍ତ୍ତମାନ ଏହି କୋଟି କୋଟି ଟଙ୍କାର ଟ୍ରାନ୍ଜାକ୍ସନକୁ ଦେଖି ଆୟକର ବିଭାଗ ଏବଂ ପୋଲିସ ଆକ୍ଟିଭ ହୋଇଯାଇଛନ୍ତି । କୋଟି କୋଟି ଟଙ୍କା କିଭଳି କାରବାର ହେଉଛି ସେଥିପାଇଁ ପୋଲିସ ଏବଂ ଆୟକର ବିଭାଗ ଯାଞ୍ଚ କରୁଥିବା ଜଣା ପଡ଼ିଛି ।

ଶ୍ରମିକ ଶିବ ପ୍ରସାଦ କହିଛନ୍ତି ସେ ପଥର ଗୁଣ୍ଡ କରିବା କାମ କରନ୍ତି ଏବଂ ଏଥିପାଇଁ ତାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ମିଳିଥାଏ । ସେ ଏହା ମଧ୍ୟ କହିଛନ୍ତି ସେ କୌଣସି କରେଣ୍ଟ ଆକାଉଣ୍ଟ ଖୋଲି ନାହାନ୍ତି ଏବଂ ଏତେ ଟଙ୍କା କେଉଁଠାରୁ ଆସିଲା ସେ ଏହା ବିଷୟରେ ଜାଣି ନାହାନ୍ତି । ୨୦୧୯ରେ ତାଙ୍କ ପାନ୍‌ କାର୍ଡ ହଜି ଯାଇଥିଲା ଏବଂ ଏହି ପାନ କାର୍ଡକୁ କେହି ଭୁଲ କାମରେ ବ୍ୟବହାର କରୁଥିବା ଶିବ ପ୍ରସାଦ କହିଛନ୍ତି । ଯେଉଁ ଆକାଉଣ୍ଟରୁ ତାଙ୍କ ନିକଟକୁ ୨୨୧ କୋଟି ଟଙ୍କା ଆସିଛି ସେହି ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ପାଖରେ ଯେଉଁ ଦୁଇଟି ଆକାଉଣ୍ଟ ଅଛି ସେଥିରେ କୌଣସି ଟଙ୍କା କାରବାର ହୋଇ ନାହିଁ । ତେଣୁ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି ।