ନୂଆପଡ଼ା ତରବୋଡ଼ରେ ବୁଲୁଛନ୍ତି ୨ କଲରାପତରିଆ ବାଘ ଛୁଆ, ଲୋକେ ଆତଙ୍କିତ

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ଜିଲ୍ଲା ତରବୋଡ଼ ତୃଣବିହନ ଉତ୍ପାଦନ କେନ୍ଦ୍ର ପରିସରରେ ବାଘ ଆତଙ୍କ । ତରବୋଡ ଅଞ୍ଚଳର ବିଭିନ୍ନ ଜଙ୍ଗଲର ତଳି ଅଞ୍ଚଳରେ ୨ କଲରାପତରିଆ ବାଘ ଛୁଆ ବୁଲୁଥିବା ଦେଖାଯାଇଛି । ବାଘକୁ ନେଇ ତରବୋଡ ଅଂଚଳର ଲୋକମାନେ ଏବେ ଆତଙ୍କିତ ହୋଇପଡିଛନ୍ତି । ଏପରିକି ତୃଣବିହନ କେନ୍ଦ୍ରକୁ ଲାଗିରହିଥିବା ୩୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାତାୟତ କରୁଥିବା ଲୋକମାନେ ମଧ୍ୟ ଭୟଭୀତ ଅଛନ୍ତି ।

ଏପରିକି ସ୍ଥାନୀୟ ଅଞ୍ଚଳର ଲୋକେ ସନ୍ଧ୍ୟା ପରେ ଘରେ ରହୁଛନ୍ତି । ସେହିପରି ତରବୋଡ ତୃଣ ବିହନ ଉତ୍ପାଦନ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ଭୟଭୀତ ହୋଇ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ରହୁଛନ୍ତି । ସେପଟେ ବନବିଭାଗ ତୁରନ୍ତ ସମ୍ପୃୃକ୍ତ ଅଞ୍ଚଳରୁ ବାଘକୁ ଘଉଡାଇବା ସହ ଯନ୍ତା ପକାଇ ଧରିବାକୁ ଦାବି ହୋଇଛି । ଅପରପକ୍ଷେ କୋମନା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ତରବୋଡ ତୃଣ ବିହନ ଉତ୍ପାଦନ କେନ୍ଦ୍ରରେ ପହଞ୍ଚିି ଦୁଇଟି ବାଘ ଛୁଆର ଗତିବିଧି ଉପରେ ଅନୁଧ୍ୟାନ କରିଛନ୍ତି ।

ତେବେ ବନବିଭାଗ କର୍ମଚାରୀ କ୍ୟାମେରା ସାହାଯ୍ୟରେ ବାଘ ଛୁଆର ଚିତ୍ର ଉତୋଳନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡ଼ିଛି । ତରବୋଡ ଅଞ୍ଚଳର ବିଭିନ୍ନ ଗାଁକୁ ବୁଲି ଲୋକଙ୍କୁ ଜଙ୍ଗଗଲକୁ ନଯିବା ପାଇଁ ସଚେତନ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଥିବା କୋମନା ବନବିଭାଗ ରେଞ୍ଜର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.