ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଚଗଲା ପୋଲିସ ଏନକାଉଣ୍ଟରରେ ମୃତ

chagalaନୟାଗଡ଼: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ମୃତ। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଚଗଲା ମଲ୍ଲିକର ଦୁଇଟି ଗୋଡରେ ଦୁଇଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରିବାବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ନୟାଗଡ଼ ସଦର ଥାନା ନବଘନପୁର ଗାଁ ପାହାଡ ନିକଟରେ ଏନ୍କାଉଣ୍ଟର ହୋଇଥିଲା। ଚଗଲା ଓ ତାର ଅନ୍ୟ ଦୁଇ ସହଯୋଗୀ ପ୍ରଥମେ ପୋଲିସ ଉପରକୁ ଗୁଳି କରିଥିଲେ। ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଏଥିରେ ଚଗଲା ଗୁରୁତର ଆହତ ହୋଇଥିଲା। ତେବେ ଘଟଣାସ୍ଥଳରୁ ଚଗଲାର ଅନ୍ୟ ଦୁଇ ସହଯୋଗୀ ଖସି ପଳାଇଥିଲେ। ଚଗଲା ନିକଟରୁ ଗୋଟେ ବନ୍ଧୁକ ଓ ୨ଟି ଗୁଳି ଜବତ କରିଥିଲା ପୋଲିସ। ନୟାଗଡ଼ ପୋଲସର ଏହା ପଞ୍ଚମ ଏନ୍କାଉଣ୍ଟର।

Leave A Reply

Your email address will not be published.