ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରତିବାଦ ଭିତରେ ଚାଲିଛି ଗୃହ, ଶୂନ୍ୟକାଳରେ ଉଠିଲା ମହାତ୍ମାଗାନ୍ଧୀଙ୍କ ପ୍ରସଙ୍ଗ

ଭୁବନେଶ୍ବର: ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରତିବାଦ ଭିତରେ ଚାଲିଛି ଗୃହ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ବିଫଳ । ଏଥିରେ ବିଜେପି ଯୋଗ ଦେଇନାହିଁ । ବିଜେପି ବିଧାୟକମାନେ ନିରବ ପ୍ରତିବାଦ କରୁଛନ୍ତି । ସେମାନେ ଗୃହ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ସ୍ମିତାରାଣୀ ଘଟଣାରେ କହିବାକୁ ସୁଯୋଗ ମିଳିନଥିବା ବିଜେପି କହିଛି। ଏହି ମାମଲାରେ CBI ତଦନ୍ତ ନ ହେବା ଯାଏ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ବାଚସ୍ପତିଙ୍କ ଅନୁରୋଧ ପରେ କଳାପଟି କାଢି ଆସନରେ ବସିଥିଲେ ବିଜେପି ବିଧାୟକ ।

bjp partyଅପରପଟେ ବିଧାନସଭା ଶୂନ୍ୟକାଳରେ ଉଠିଲା ମହାତ୍ମାଗାନ୍ଧୀଙ୍କ ପ୍ରସଙ୍ଗ । BJD,BJP ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, BJPର କିଛି ନେତା ନାଥୁରାମଙ୍କୁ ପୂଜା କରୁଛନ୍ତି। ଏହାର ପ୍ରଭାବ ବିଜେଡି ଉପରେ ପଡ଼ିଛି। ସେ କହିଛନ୍ତି ସରକାର ଛପାଇଥିବା ବହିରେ ମହତ୍ମା ଗାନ୍ଧିଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବା ଦର୍ଶା ଯାଇଛି । ଯାହା ଦୁର୍ଭାଗ୍ୟ ଜନକ । ବିଜେପି -ବିଜେଡି ଏକ ହୋଇଯାଇଥିବା ନରସିଂହ ଅଭିଯୋଗ କରିଛନ୍ତି। ସେହିପରି ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଏହି ମାମଲାରେ ସ୍ମିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତଦନ୍ତ ପାଇଁ ଦଳ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.