ରାଜ୍ୟରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା,ଆଜି ଆଉ ଛଅ ନୂଆ ପଜିଟିଭ୍‌ କେସ୍‌ ସାମନାକୁ ଆସିଛି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ଛଅ ନୂଆ ପଜିଟିଭ୍‌ କେସ୍‌ ସାମନାକୁ ଆସିଛି । ଦୁଇ ଜଣ ବାଲେଶ୍ୱର ଜିଲ୍ଲାର, କଟକ ତିଗିରିଆ, ଗଞ୍ଜାମ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାର ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ସେହିପରି ଗଞ୍ଜାମ ଓ ତିଗିରିଆ ଆକ୍ରାନ୍ତ ସୁରତରୁ ଫେରିଥିଲେ । ସେହିଭଳି ଯାଜପୁର ଆକ୍ରାନ୍ତ ୫୮ ବର୍ଷୀୟ କୋଲକାତା ଫେରନ୍ତା । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଛି । ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡ଼ରେ ସଂକ୍ରମିତ ହୋଇଛନ୍ତି ୧୨ ଜଣ । କଟକରେ ଦୁଇ ଜଣ ଆକ୍ରାନ୍ତ । ଜଣେ ପୂର୍ବରୁ ଆରୋଗ୍ୟ ଲାଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.