୨୪ ଘଣ୍ଟାରେ ରାଜ୍ୟରେ ୮୪୯ ନୂଆ ସଂକ୍ରମିତ ଚିହ୍ନଟ, ୬୯ ଜଣଙ୍କର ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪୯ ନୂଆ ସଂକ୍ରମିତ ଚିହ୍ନଟ। ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୧୯ ଜଣ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ନୂଆ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ ।

୨୪ ଘଣ୍ଟାରେ ୬୮ ହଜାର ୬୬୭ କୋଭିଡ୍‌ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୨୩ ପ୍ରତିଶତ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୭ ହଜାର ୮୨୦ ରହିଛି ।  ଆଜି ୬୯ ଜଣଙ୍କର କରୋନାରେ ଜୀବନ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.